ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ୍‌ କରୋନା ସଂକ୍ରମିତ: ଦିଲ୍ଲୀ ଏମ୍ସରେ ଭର୍ତ୍ତି

ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ୍‌ କରୋନା ସଂକ୍ରମିତ: ଦିଲ୍ଲୀ ଏମ୍ସରେ ଭର୍ତ୍ତି

କରୋନା କବଳରୁ ବର୍ତ୍ତି ପାରନି ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ୍ । ଛୋଟା ରାଜନ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାକୁ ଦିଲ୍ଲୀ ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଡନ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ତିହାର ଜେଲର ଅଧିକାରୀମାନେ ସୋମବାର ଦିଲ୍ଲୀର ଏକ ଅଧିବେଶନ କୋର୍ଟକୁ ଏହି ସୂଚନା ଦେଇଛନ୍ତି । ବର୍ତମାନ ଛୋଟା ରାଜନ୍ ର ଅବସ୍ଥା ସ୍ଥିର ଥିବା ନେଇ ଜେଲ୍ କର୍ତ୍ତୁପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।

ଛୋଟା ରାଜନ୍ ଭଳି କୁଖ୍ୟାତ ଗ୍ୟାଙ୍ଗଷ୍ଟାର ୨୦୧୫ ରେ ଇଣ୍ଡୋନେସିଆରୁ ବାଲିରୁ ଭାରତ ଫେରୁଥିବା ସମୟରେ ଗିରଫ ହୋଇଥିଲା । ଗିରଫ ହେବା ପରଠାରୁ ରାଜନକୁ ଦିଲ୍ଲୀ ତିହାଡ ଜେଲରେ ରଖାଯାଇଛି । ମୁମ୍ବାଇରେ ଡନ୍ ବିରୋଧରେ ପଞ୍ଜୀକୃତ ହୋଇଥିବା ସମସ୍ତ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଛି ଏବଂ ଏହି ମାମଲାର ଶୁଣାଣୀ ପାଇଁ ଏକ ସ୍ୱତନ୍ତ୍ର କୋର୍ଟ ମଧ୍ୟ ଗଠନ କରାଯାଇଛି ।

ଅନ୍ୟପଟେ ଗତ କିଛି ଦିନ ହେବ ତିହାଡ ଜେଲ ଭିତରେ କରୋନାର କୋପ ଅଧିକ ଦେଖିବାକୁ ମିଳୁଛି । ଗୋଟିଏ ପରେ ଗୋଟିଏ କଏଦୀ ସଂକ୍ରମିତ ହେବା ସହିତ ବହୁ ସିକ୍ୟୁରିଟି ଗାର୍ଡ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଯାହାକୁ ନେଇ ଜେଲ ଭିତରେ କରୋନା କୁ ଆୟତ କରିବା ଏବେ ଜେଲ କର୍ତ୍ତୁପକ୍ଷଙ୍କ ପାଇଁ ସବୁଠାରୁ ବଡ଼ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ତେବେ ଛୋଟା ରାଜନ୍ ଭଳି କୁଖ୍ୟାତ ଗ୍ୟାଙ୍ଗଷ୍ଟାର କୁ ଚିକିତ୍ସା ସମୟରେ ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥା କୁ ବିଶେଷ ଧ୍ୟାନ ଦିଆଯାଇଛି ବୋଲି ଜେଲ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *