
କରୋନାର ବର୍ତ୍ତମାନ ଦ୍ୱିତୀୟ ଲହର ଏତେ ଭୟଙ୍କର ହୋଇପଡ଼ିଛି ଯେ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ିଯାଉଛି । ଏହାରି ଭିତରେ ଛାତ୍ରଛାତୀଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇ ପ୍ରଥମରୁ ଦଶମ ଶ୍ରେଣୀର ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି ।
ପରୀକ୍ଷା ହେଲେ କରୋନା ସଂକ୍ରମଣର ଅଧିକ ଆଶଙ୍କା ଥିବା ବେଳେ ଏହାକୁ ବାତିଲ କରାଯାଇଛି । ଯାହାଫଳରେ ବିନା ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଉପର ଶ୍ରେଣୀକୁ ଉତ୍ତିର୍ଣ୍ଣ ହୋଇଛନ୍ତି । ଏହାରି ଭିତରେ ସମସ୍ତ ସରକାରୀ ସ୍କୁଲ୍ରେ ଆଜିଠାରୁ ରାଜ୍ୟର ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନାମଲେଖା ଆରମ୍ଭ ହେବାକୁ ଯାଉଛି ଯାହା ଆସନ୍ତା ମେ ୩୧ ସୁଦ୍ଧା ସମସ୍ତ ସ୍କୁଲରେ ନାମଲେଖା କାର୍ୟ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
କୋଭିଡ଼୍ ଗାଇଡଲାଇନ୍ ମାନି ନାମଲେଖା ପ୍ରକ୍ରିୟା କରିବାକୁ ସବୁ ଡ଼ିଇଓ,ବିଇଓ ଓ ଡ଼ିପିସିଙ୍କୁ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହା କାର୍ୟ୍ୟ ଦିବସରେ ସକାଳ ୭ଟାରୁ ୯.୩୦ ପର୍ଯ୍ୟନ୍ତ ନାମଲେଖା ଚାଲିବ ।
ଏକ ସମୟରେ ୫ଜଣରୁ ଅଧିକ ଅଭିଭାବକଙ୍କୁ ସ୍କୁଲରେ ପ୍ରବେଶକୁ ବାରଣ କରାଯାଇଛି । ତେବେ ଏହି ସୁଚନା ‘ଶିକ୍ଷା ସଂଯୋଗ’ ହ୍ୱାଟ୍ସଆପ୍ ଗ୍ରୁପ୍ ଜରିଆରେ ଅଭିଭାବକଙ୍କୁ ସୁଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

