ମହାମାରୀ କରୋନା ସମୟରେ ଚାକିରୀ ସମସ୍ୟା-

ମହାମାରୀ କରୋନା ସମୟରେ ଚାକିରୀ ସମସ୍ୟା-

ମହାମାରୀ କରୋନା ସାରା ବିଶ୍ୱକୁ ତାର ଅକ୍ତିଆରରେ ନେଇ ସାରିଛି ।ବିନା ମାକ୍ସ, ସାନିଟାଇଜର, ଦୂରତା ଅବଲମ୍ବନ କରିବା ଯେପରି ଜରୁରୀ ହୋଇପଡିଛି ।ସେହି ଦୂରତାକୁ ନଜରେ ରଖି ସ୍କୁଲ କଲେଜ ମଧ୍ୟ ଛୁଟି ରହୁଛି । ଅନଲାଇନ ପାଠ ପଢ଼ିବାର ସୁଯୋଗ ଥାଇ ମଧ୍ୟ ଏଥିରୁ କିଛି ପିଲା ବଞ୍ଚିତ ଅଛନ୍ତି କାରଣ ଏଠି ଅର୍ଥ ହିଁ ବାଧକ ସାଝୁଛି । ଯାହା ପାଖରେ କିଛି ଅର୍ଥ ଅଛି ସେଥିପାଇଁ ମଧ୍ୟ ନେଟୱରକିଙ୍ଗର ବି ସୁବିଧା ନାହିଁ ସାଧାରଣ ଲୋକ ଠାରୁ ପିଲା ଯାଏ ସମସ୍ତେ ଏବେ ଅନଲାଇନରେ ଶିକ୍ଷାଗ୍ରହଣ କରିବା ପାଇଁ ବ୍ୟସ୍ତ ।

ସରକାରୀ ସ୍ତରରେ ଗୋଟେ ଚାକିରୀଆ ମଧ୍ୟ ତାର ଚାକିରୀ ହରାଉଛି କେବଳ ଏହି ମହାମାରୀ କରୋନା ପାଇଁ । ଯଦି ଆମେ ଏସବୁ କୁ ଦୃଷ୍ଟିରେ ରଖି ବିଚରା କରିବା, ସରକାର ଯେଉଁ ବିନା ପରୀକ୍ଷାରେ ପିଲାଙ୍କୁ ପାସ କରାଉଛନ୍ତି ସେ କଣ ପିଲାଙ୍କ ଉଜ୍ୱଳ ଭବିଷ୍ୟତ ଗଢି ପାରିବେ କି ନା ଖାଲି ପିଲାଙ୍କୁ ପାସ କରାଇ ବିଲରେ ହଳ କରାଇବେ ନା ପରବର୍ତ୍ତୀ ସମୟରେ ତାକୁ ପୁଣି ଗୋଟେ ଦାଦନ ଶ୍ରମିକ ସଜେଇବେ! ଏହା ଏବେ ସବୁଠାରୁ ବଡ଼ ପ୍ରଶ୍ନବାଚୀ ।

ଯେତେବେଳେ ଗୋଟେ ଲୋକ ବୃଦ୍ଧା ଅବସ୍ଥାରେ ଉପନୀତ ହୋଇଥାଏ ସେତେବେଳେ ତା ପିଲାକୁ ନିଜର ସାହାରା ବୋଲି ଭାବିଥାଏ ଯଦି ସେହି ପିଲା ବିନା ପରୀକ୍ଷାରେ ପାସ ହୋଇ ଘରେ ରହିବ ଚାକିରୀ ନ ମିଳିବ ତା ପରିବାର ପୋଷିବ କିଏ? ଏଠି ପିଲା କିଛି ନ ପଢିକି ପାସ, ତେବେ ଭଲ ନମ୍ବର ଦେଖି ସେମାନଙ୍କୁ ଚାକିରୀରେ ନିଯୁକ୍ତି କରାଯାଉ । ଏବଂ ତା ସହିତ ବୟସ ସୀମା ବଢ଼ାଯାଉ ଯାହା ଦ୍ୱାରା ଆମ ଦେଶରୁ ବେକାରୀ ସମସ୍ୟା ହଟି ପାରିବ ।

ଖାଲି ନିର୍ବାଚନରେ ମୁଣ୍ଡ ଖଟାଇଲେ ହେବନି, ପିଲାଙ୍କ ଭବିଷ୍ୟତ କଥା ବି ସମସ୍ତଙ୍କ ନଜରେ ଆସିବା ଦରକାର କାରଣ ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ । ଯଦି ଅନଲାଇନରେ ଶିକ୍ଷାଦାନ ହୋଇପାରୁଛି ତେବେ ଅନଲାଇନରେ ଭୋଟ ଗ୍ରହଣ କାହିଁକି ନୁହେଁ ।

ଜଣେ ସାଧାରଣ ନାଗରିକର କର୍ତ୍ତବ୍ୟ ଆଗାମୀ କାଲିର ଭବିଷ୍ୟତ ମାନଙ୍କୁ ସୁରକ୍ଷିତ ରଖିବାକୁ ଏବଂ ସେମାନଙ୍କୁ ଉତ୍ତମ ଶିକ୍ଷାଦାନ ଦେବାକୁ ।ଏ ସଙ୍କଟ ସମୟ ବହୁତ ତୀବ୍ର ଗତିରେ ଗତି କରୁଛି ତେଣୁ ଏହାକୁ ନ ଡରି ବିପଦର ସାମ୍ନା କରି ସମସ୍ତଙ୍କ ମଙ୍ଗଳ ଚିନ୍ତା କରିବା ଉଚିତ । ଯଦି ଲକଡାଉନ ସଟଡାଉନ ଏମିତି ଲାଗିକି ରୁହେ ପିଲା କେବଳ ପାସ ହୋଇ କଣ କରିବେ ପିଲା ତ ମୂର୍ଖ ହେବାରେ ଲାଗିଛନ୍ତି ନା ସେ ପାଠୁଆ ହେବେ ନା ଦେଶ ଆଗେଇବ ।

ଦେଶକୁ ଆଗେଇବାକୁ ହେଲେ ବୁଦ୍ଧି ବିକାଶର ଜ୍ଞାନ କୌଶଳ ନିହାତି ଆବଶ୍ୟକ । ପିଲାର ଉତ୍ତମ ଜ୍ଞାନ ହେଲେ ସେ ସରକାରୀ ସ୍ତରରେ ହେଉ କିମ୍ବା ବେସରକାରୀ ସ୍ତରରେ ହେଉ ସେ ଚାକିରୀ ପାଇପାରିବ ଏବଂ ଆମ ଦେଶରୁ କିଛି ମାତ୍ରାରେ ବେକାରୀ ସମସ୍ୟା ହଟି ପାରିବ ।

Leave a Reply

Your email address will not be published. Required fields are marked *