
ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହା ଏବେ ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ ଏହାରି ଭିତରେ ଫୁଲବାଣୀରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ନେଇ ପ୍ରଶାସନର ଚିନ୍ତା ବଢିଯାଇଛି ।
ଏହି ପ୍ରରିପେକ୍ଷୀରେ କନ୍ଧମାଳ ଜିଲ୍ଲା କୋର୍ଟରୁ ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ଏହାପରେ ତୁରନ୍ତ କୋର୍ଟର ସମସ୍ତ ପ୍ରବେଶ ପଥକୁ ସିଲ୍ ହେବା ସହ ବ୍ୟାରିକେଡ଼୍ କରାଯାଇଛି । ଆଗାମୀ ୭ଦିନ ଯାଏଁ ବନ୍ଦ ରହିବ କୋର୍ଟ ।
ଏହି ସମୟରେ କୋର୍ଟ ପରିସରକୁ ସାନିଟାଇଜ୍ କରାଯିବ ବୋଲି ସୂଚନା ରହିଛି । ସୁଚନା ଅନୁସାରେ ଆଜି ବି ୬ ହଜାର ପାର ନୂଆ ସଂକ୍ରମିତଙ୍କ ସଂଖ୍ୟା । କ୍ରମାଗତ ଭାବରେ ୬ ଦିନ ରାଜ୍ୟରେ ୬ ହଜାର ଉପରେ ଦୈନିକ କରୋନା ସଂକ୍ରମଣ ପହଂଚିଛି । ଏହାରି ଭିତରେ କନ୍ଧମାଳରେ ୩୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି