
ଅର୍ଥତତ୍ତ୍ବ ଚିଟଫଣ୍ଡ କମ୍ପାନୀ ମୁଖ୍ୟ ପ୍ରଦୀପ ସେଠୀ ଜେଲରେ ପୁଣି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏହାକୁ ମିଶାଇ ସେ ୫ ଥର ଆତ୍ମହତ୍ୟା ଉଦ୍ୟମ କରିସାରିଲେଣି । ସୋମବାର ଝାରପଡା ଜେଲରେ ହିଁ ସେ ଏହି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।
ଏହା ପୂର୍ବରୁ ୨୦୨୦ରେ ଜେଲ୍ର ୱେଲ୍ ଫେୟାର ରୁମ୍ର ବାଥ୍ରୁମ୍ରେ ଥିବା ଇନ୍ଭଟର ତାରକୁ ବେକରେ ଗୁଡାଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପ୍ରଦୀପଙ୍କ ମାନସିକ ସ୍ଥିତ ଖରାପ ଥିବାରୁ ସେ ଏମିତି କରୁଥାଇପାରନ୍ତି ବୋଲି ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି । ସୂଚନାଯୋଗ୍ୟ ଯେ, ଚିଟଫଣ୍ଡ ଠକେଇ ମାମଲାରେ ଜମାକାରୀଙ୍କ ଠାରୁ ହଜାର ହଜାର ଟଙ୍କାର ଠକେଇ କରି ସେ ସଜ୍ଜା କାଟୁଛନ୍ତି ।
ତେବେ ମାନସିକ ଭାରସାମ୍ୟ ହରାଇ ବାରମ୍ବାର ଏଭଳି ଆତ୍ମହତ୍ୟା ଉଦ୍ୟମ କରୁଥାଇପାରନ୍ତି ବୋଲି ଜେଲ କର୍ତ୍ତୃପକ୍ଷ ମତ ପ୍ରକାଶ କରିଛନ୍ତି ।