
କୋଭିଡ଼ ଆକ୍ରାନ୍ତଙ୍କୁ ମିଳିଲାନି ବେଡ । ସମ୍ବଲପୁର ବୁର୍ଲାରୁଆସିଲା କୋଭିଡ଼ ବ୍ୟବସ୍ଥାର ବିକଳ ଚିତ୍ର । ରାସ୍ତାରେ ଛଟପଟ ହୋଇ ଚାଲିଗଲା ଆକ୍ରାନ୍ତଙ୍କ ଜୀବନ । ରାଜ୍ୟ ସରକାର କୋଭିଡ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସହ ପରିଚାଳନାର ମିଛ ଅଭିନୟ କରୁଛନ୍ତି । ଯାହାର ଏହା ଏକ ବଡ ଉଦାହରଣ ପାଲଟିଛି ।
ସମ୍ବଲପୁର ବୁର୍ଲା ମେଡିକାଲରେ କୋଭିଡ଼ ଆକ୍ରାନ୍ତଙ୍କୁ ମିଳିଲାନି ବେଡ । ସରକାରୀ କର୍ମଚାରୀ କୋଭିଡ ହସ୍ପିଟାଲରେ ବେଡ ନ ପାଇ ରାସ୍ତା ଉପରେ ଛଟପଟ ହୋଇ ଜୀବନ ଚାଲିଯାଇଛି। ପୁଅର ଚିକିତ୍ସା ପାଇ ମା ଆକୁଳ ନିବେଦନ କରିଥିଲେ ମଧ୍ୟ ବେଡ ଖାଲି ନଥିବା କୁହାଯାଇଥିଲା । ହସ୍ପିଟାଲ କର୍ମଚାରୀ ଫେରାଇ ଦେଇଥିଲେ କିନ୍ତୁ ବେଡ ଦେଇ ନଥିଲେ । ବାଧ୍ୟ ହୋଇ ହସ୍ପିଟାଲ ସମ୍ମୁଖ ରାସ୍ତା ଉପରେ ରହି କୋଭିଡ ଆକ୍ରାନ୍ତଙ୍କ ଜୀବନ ଚାଲିଗଲା ।
ସମ୍ବଲପୁର ଯୁଯୁମୁରା ବ୍ଲକ ମେଘପାଳର ସରକାରୀ ଯୋଗାଣ ସହାୟକ ତାରିଣୀ ଲୁହା କୋଭିଡ ପଜିଟିଭ ହୋଇଥିଲେ । ଗତ 25 ତାରିଖରେ ତାଙ୍କୁ ସମ୍ବଲପୁର ହସ୍ପିଟାଲ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ଅଧିକ ଗୁରୁତର ହେବାରୁ ବିଲମ୍ବିତ ରାତିରେ ତାଙ୍କୁ ବୁର୍ଲା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ବୁର୍ଲା କୋଭିଡ ହସ୍ପିଟାଲରେ ବେଡ ଖାଲି ନଥିବା କହି ହସ୍ପିଟାଲ ବାହାରେ ବାହାରେ ରାସ୍ତା ଉପରେ ଧରି ରହିଥିଲେ ପରିବାର ଲୋକେ ।
ତେଵେ ବିଲମ୍ବିତ ରାତିରୁ ସକାଳ ପର୍ଯ୍ୟନ୍ତ ବେଡ ମିଲିନଥିଲା କି ହସ୍ପିଟାଲରେ ମଧ୍ୟ ତାଙ୍କୁ ଭର୍ତ୍ତି କରାଯାଇନଥିଲା । ଶେଷରେ ଚିକିତ୍ସା ନପାଇବାରୁ ରାସ୍ତା ଉପରେ ଛଟପଟ ହୋଇ ଜୀବନ ଚାଲିଯାଇଥିଲା । ଏହି ସମୟରେ ତାଙ୍କ ମା ଅନେକ ଥର ହସ୍ପିଟାଲ କର୍ତ୍ତୁପକ୍ଷଙ୍କୁ ଅନୁରୋଧ କରିଥିଲେ କିନ୍ତୁ କେହି ତାଙ୍କ ଗୁହାରି ଶୁଣିନଥିଲେ ।

