ଭାରତୀୟ ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଫଳାଫଳର ଘୋଷଣା ଦିନ କିମ୍ବା ପରେ ବିଜୟ ଶୋଭାଯାତ୍ରା ମନା

ଭାରତୀୟ ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଫଳାଫଳର ଘୋଷଣା ଦିନ କିମ୍ବା ପରେ ବିଜୟ ଶୋଭାଯାତ୍ରା ମନା

ଭାରତୀୟ ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ମେ 2ରେ ଆସିବ 5 ରାଜ୍ୟର ବିଧାନସଭା ନିର୍ବାଚନର ରେଜଲ୍ଟ । ଫଳାଫଳ ଘୋଷଣା ଦିନ କିମ୍ବା ପରେ ବିଜୟ ଶୋଭାଯାତ୍ରା ଉପରେ ଲାଗିଲା କଟକଣା । ବିଜୟୀ ପ୍ରାର୍ଥୀ ଓ ଦଳ କୌଣସି ବିଜୟ ଶୋଭଯାତ୍ରା କରିପାରିବେ ନାହିଁ ।

ଦେଶରେ କରୋନା ସଂକ୍ରମଣସ୍ଥିତି ସାଙ୍ଘାତିକ ହେଉଛି । ଦୈନିକ କରୋନା ସଂକ୍ରମିତ ଚିହ୍ନଟ ସଂଖ୍ୟା 3 ଲକ୍ଷ ପାର ହେଉଛି । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ନିର୍ବାଚନ କମିଶନ । 5 ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ 2 ମେରେ ଘୋଷଣା ହେବ । ତେବେ ନିର୍ବାଚନରେ ବିଜୟୀ ପ୍ରାର୍ଥୀ କୌଣସି ଶୋଭାଯାତ୍ରା କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । 

ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି ।  4 ଟି ରାଜ୍ୟରେ ଭୋଟ୍ ଗ୍ରାହଣ ଶେଷ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ଶେଷ ପର୍ଯ୍ୟାୟ ଭୋଟ୍ ହେବାକୁ ବାକି ଅଛି । ମେ 2 ତାରିଖରେ ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଓ ପୁଡୁଚେରୀରେ ଭୋଟ ଗଣତି ହୋଇ ଫଳାଫଳ ଆସିବ ।

ଏଭଳି ସ୍ଥିତିରେ ଏକଜୁଟ ହେଲେ କରୋନା ସଂକ୍ରମଣ ବଢିବା ଆଶଙ୍କା ରହିଛି  । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ବିଜୟ ଶୋଭାଯାତ୍ରାରେ ରୋକ୍ ଲଗାଇବାକୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏନେଇ ଖୁବଶୀଘ୍ର ନିର୍ଦ୍ଦେଶନାମା ଜାରି କରାଯିବ ।

Leave a Reply

Your email address will not be published. Required fields are marked *