କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କରୋନା ସମୟରେ ପିପିଲି ଉପନିର୍ବାଚନ ଘୁଞ୍ଚାଇବାକୁ ଦାବି କଲେ-

କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କରୋନା ସମୟରେ ପିପିଲି ଉପନିର୍ବାଚନ ଘୁଞ୍ଚାଇବାକୁ ଦାବି କଲେ-

କରୋନା କାଳରେ ପିପିଲି ଉପନିର୍ବାଚନକୁ ଘୁଂଚେଇ ଦେବା ପାଇଁ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଦାବି କରିଛନ୍ତି  । ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆମେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଅଛୁ ହେଲେ ଲୋକଙ୍କ ଜୀବନକୁ ବାଜି ଲଗେଇକି ନୁହଁ ।

ରାଜ୍ୟରେ କରୋନା ସ୍ଥିତି ଉପରମୁହାଁ ଥିଲାବେଳେ ଏହି ସମୟରେ ନିର୍ବାଚନ ଲଢ଼ିବା କେତେଦୂର ସମୀଚିନ । ବିଜେଡି ଓ ବିଜେପି ଆଉ ନିର୍ବାଚନ କମିଶନଙ୍କୁ ଅନୁରୋଧ କରୁଛୁ ପିପିଲି- ଡେଲାଙ୍ଗ ଉପନିର୍ବଚନ ଘୁଞ୍ଚାଇ ଦିଅନ୍ତୁ ।

ଆମେ ଆମର ଜଣେ ନେତାଙ୍କୁ କରୋନାରେ ହରେଇସାରିଛୁ, ଆମ ଭିତରେ କରୋନାକୁ ନେଇ ଡର ଅଛି । ପିପିଲି ଡେଲାଙ୍ଗରେ ଲୋକଙ୍କ ପାଖକୁ ଗଲେ ସେମାନେ ଘର ତାଟି ପକେଇ ଦେଉଛନ୍ତି, ନେତାଙ୍କୁ ଘର ଭିତରକୁ ପୁରେଇ ଦେଉନାହାନ୍ତି, ଆମେ ନିର୍ବାଚନ ପ୍ରଚାର କରିବୁ କେମିତି ?

ଏହି ଉପନିର୍ବାଚନ ନହେଲେ ସରକାର ଭାଙ୍ଗିଯିବ ନାହିଁ,ତେଣୁ ସମସ୍ତେ ଭୋଟ ଅପେକ୍ଷା ଲୋକଙ୍କ ଜୀବନ କଥା ଆଗ ଭାବନ୍ତୁ । ପଶ୍ଚିମବଙ୍ଗ ଭଳି ପରିସ୍ଥିତି ପିପିଲି ଡେଲାଙ୍ଗରେ ନହେଉ । ଆଜି ଆମେ ନିର୍ବାଚନ କମିଶନରଙ୍କୁ ଭେଟି ଲିଖିତ ଭାବେ ଉପନିର୍ବାଚନ ଘୁଞ୍ଚାଇବାକୁ ଅନୁରୋଧ କରିବୁ ବୋଲି ସେ କହିଛନ୍ତି  ।

Leave a Reply

Your email address will not be published. Required fields are marked *