ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ:  ଯୁବକଙ୍କ ବେକରେ ଚପଲ ମାଳ ପକାଇ ଗ୍ରାମରେ ବୁଲାଇଲେ ଗ୍ରାମବାସୀ-

ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ: ଯୁବକଙ୍କ ବେକରେ ଚପଲ ମାଳ ପକାଇ ଗ୍ରାମରେ ବୁଲାଇଲେ ଗ୍ରାମବାସୀ-

ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ହଟହଟା ହେଲେ ଯୁବକ । ଏପରି ଘଟଣା ଘଟିଛି ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ଜଳେଶ୍ୱରପଡା ପଞ୍ଚାୟତ ର ନରେନ୍ଦ୍ରପୁର ନାଥସାହି ଗ୍ରାମର ଜୈନିକ ଯୁବକ ପ୍ରଶାନ୍ତ ନାଥ । ବୟସ ୩୫ ବର୍ଷ । ତେବେ ଯୁବକ ଜଣକ ଦୀର୍ଘଦିନରୁ ଏପରି ଅମାନୁଷିକ କାର୍ଯ୍ୟ କରି ଆସୁଥିଲା ।

ସୁୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଯୁବକ ଜଣକ ସେହି ଗ୍ରାମରେ ବାସ କରୁଥିବା ଜଣେ ମହିଳା ଙ୍କ ଘରେ ପଶି ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ପରେ ମହିଳା ଜଣକ ପାଟି କରିବାରୁ କିଛି ଲୋକ ଉଠି ଯୁବକକୁ ବାନ୍ଧିବା ସହ ମାଡମାରିଥିଲେ ।

ପରେ ଚପଲ ମାଳ ପକାଇ ଗାଁ ରେ ବୁଲାଇଥିଲେ । କାକଟପୁର ଥାନାରେ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ପହଁଚି ଅଭିଯୁକ୍ତ କୁ ଗିରଫ କରି କାକଟପୁର ଥାନା କୁ ଆଣିଛି , ତଦନ୍ତ ପରେ ସମ୍ପୂର୍ଣ ସତ୍ୟାସତ୍ୟ ପଦାକୁ ଆସିବ ବୋଲି କାକଟପୁର ଥାନା ଆଇଆଇସି ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।

ଅନ୍ୟ ପଟରେ ଅଭିଯୁକ୍ତ ପ୍ରଶାନ୍ତ ନାଥ ଏପରି ଅମାନୁଷିକ କାର‌୍ୟ୍ୟ ଦୀର୍ଘଦିନ ତଳୁ କରିଆସୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପ୍ରଶାନ୍ତ ମଧ୍ୟ ଦୁଇ ତିନି ଥର ଜେଲ ଯିବାର ନଜର ରହିଛି । ଏହା ସହ ଦୃଢ ରୁ ଦୃଢ କାର‌୍ୟ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି

Leave a Reply

Your email address will not be published. Required fields are marked *