ଆଜିଠୁ କର୍ଣ୍ଣାଟକରେ ଲାଗୁ ହେବ ୧୪ ଦିନିଆ ଲକ୍‌ଡାଉନ୍‌, ନିୟମ ଉଲଘଂନକାରୀଙ୍କୁ ମିଳିବ କଡା ଦଣ୍ଡ

ଆଜିଠୁ କର୍ଣ୍ଣାଟକରେ ଲାଗୁ ହେବ ୧୪ ଦିନିଆ ଲକ୍‌ଡାଉନ୍‌, ନିୟମ ଉଲଘଂନକାରୀଙ୍କୁ ମିଳିବ କଡା ଦଣ୍ଡ

ଦେଶରେ କରୋନା ସ୍ଥିତି ଅତ୍ୟନ୍ତ ସଙ୍ଗୀନ ରହିଥିବା ବେଳେ କିଛି ରାଜ୍ୟରେ ସଂକ୍ରମଣ ଅଣାୟତ ହେବାରେ ଲାଗିଛି ଯାହା ପୁରା ଦେଶ ପାଇଁ ଭୟକୁ ଦ୍ୱିଗୁଣିତ କରିଛି । କେରଳ , କର୍ଣ୍ଣାଟକ, ପଞ୍ଜାବ , ହରିଆଣା, ତେଲେଙ୍ଗାନା ଭଳି ରାଜ୍ୟ ରୁ ଏବେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ସେଠାରେ ପୁଣି ଥରେ ଲକ୍‌ଡାଉନ୍ ସଟଡାଉନ୍ ଭଳି ସ୍ଥିତି ଫେରିଛି । 

କର୍ଣ୍ଣାଟକରେ ଆଜିଠାରୁ ୧୪ ଦିନିଆ ଲକଡାଉନ୍ ଲାଗୁ ହେବାକୁ ଯାଉଛି । ଆଜି ରାତି ୯ ଟାରୁ ପୁରା ରାଜ୍ୟରେ କଟକଣା ଲାଗୁ ହେବାକୁ ଯାଉଛି । ଏହା ସହିତ ପ୍ରତିଦିନ ସକାଳ ୬ ଟାରୁ ୧୦ ପର୍ଯ୍ୟନ୍ତ ଲୋକମାନଙ୍କୁ ଅତ୍ୟାବଶକ ସାମଗ୍ରୀ କିଣିବା ପାଇଁ ଅନୁମତି ରହିଛି । ଲକଡାଉନ୍ ସମୟରେ ସବୁ ପ୍ରକାର ଜରୁରୀ ସେବା ଉପରେ କଟକଣା ଲଗାଯାଇନାହିଁ । 

ଏଥିସହିତ ବର୍ତମାନ ସ୍ଥିତିରେ କରୋନାର ଦ୍ୱିତୀୟ ଲହର ଅଧିକ ସଂକ୍ରାମକ ହୋଇଥିବାରୁ କର୍ଣ୍ଣାଟକ ରାଜ୍ୟ ବାସୀଙ୍କୁ ଲକଡାଉନର ସମସ୍ତ ନିୟମକୁ କଡାକଡି ଭାବରେ ପାଳନ କରିବାକୁ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ଅପିଲ କରାଯାଇଛି । କରୋନା ସ୍ଥିତି କୁ ଆୟତକୁ ଆଣିବା ପାଇଁ ଏହିଭଳି ପଦକ୍ଷପ ଗ୍ରହଣ କରାଯାଇଛି ବୋଲି କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ନିୟମ ଉଲଘଂନକାରୀଙ୍କୁ ମଧ୍ୟ ଲକଡାଉନ୍ ପୂର୍ବରୁ ଚେତାଇ ଦିଆଯାଇଛି ଯେ କୌଣସି ବି କରୋନା ନିୟମର ଉଲଘଂନ ହେଲେ ଉଲଘଂନକାରୀଙ୍କ ବିରୋଧାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବର୍ତମାନ କର୍ଣ୍ଣାଟକରେ ବିଶେଷ କରି ରାଜଧାନୀ ବେଙ୍ଗାଲୁରୁର ସ୍ଥିତି ଭୟଙ୍କର ରହିଛି । ସର୍ବାଧିକ ଦୈନିକ ସଂକ୍ରମଣ ସହିତ ହସ୍ପିଟାଲରେ ବେଡ୍ ର ଅଭାବ ଓ ଅକ୍ସିଜେନ୍ ର ଅଭାବ କର୍ଣ୍ଣାଟକର ସ୍ଥିତିକୁ ଆହୁରି ସଙ୍ଗୀନ କରିଛି ।

Leave a Reply

Your email address will not be published. Required fields are marked *