
ପାରିବାରକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଭଣ୍ଡିମାଲ ଗାଁ ରେ । କଳହର ପରିଣାମ ଏପରି ଥିଲା ଯେ ସ୍ୱାମି ଓ ସ୍ତ୍ରୀ ଦୁହିଁକୁ ମୃତ୍ୟୁ ବରଣ କରିଛନ୍ତି । ଉମରକୋଟ ବ୍ଲକ କେରାଗାଁ ଗ୍ରାମର ନୀଳଧର ଜାନୀ ଏବଂ ପାର୍ବତୀ ଜାନୀ ଭଣ୍ଡିମାଲ ଗାଁରେ ନିଜ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ ।ପାରିବାରିକ କଳହକୁ ନେଇ ସେମାନଙ୍କ ମଧ୍ୟରେ ଗତକାଲି ସନ୍ଧ୍ୟାରୁ ହିଁ ଝଗଡ଼ା ଲାଗି ରହିଥିଲା । ରାତ୍ରି ଭୋଜନ ଖାଇ ସାରିବା ପରେ ସ୍ୱାମୀ ଶୌଚ ହେବାକୁ ଯିବା କହି ସ୍ତ୍ରୀକୁ ବିଳମ୍ବିତ ରାତିରେ ଘରୁ ବାହାରକୁ ନେଇ ଯାଇଥିଲେ ।ଏହା ପରେ ଆଉ ଘରକୁ ଫେରି ନଥିଲେ ।
ସକାଳୁ ଗ୍ରମ ନିକଟସ୍ଥ ଏକ ପୋଖରି ହୁଡାରେ ବେକ ବେକ କଟା ଅବସ୍ଥାରେ ସ୍ତ୍ରୀର ମୃତ ଦେହ ପଡି ରହିଥିବା ଦେଖିବାକୁ ପାଇଥିଲେ ଏବଂ ସେହି ସ୍ଥାନରୁ ମାତ୍ର କିଛି ଦୂରରେ ଥିବା ଏକ ଗଛରେ ସ୍ୱାମୀ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚି ଘଟଣାର ତଦନ୍ତ ଜାରି ରଖିଛି ।