
କରୋନା ମହାମାରି ସହିତ ଦେଶ ଲଢୁଥିବା ବେଳେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛି । ଏହିପରି ସମୟରେ ଏ ସବୁ ସମସ୍ୟାର ପର୍ଯ୍ୟବେକ୍ଷଣ କରିବା ଲାଗି ଆଜି ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ ଆଜ ନିଜ ଆଡୁ ଏକ ମାମଲା ଦାଖଲ କରି ଏହାର ଶୁଣାଣି ଆରମ୍ଭ କରିଛନ୍ତି । ଜଷ୍ଟିଷ୍ ଡିୱାଇ ଚନ୍ଦ୍ରଚୁଡ, ଏଲ୍ ନାଗେଶ୍ୱର ରାଓ, ଏବଂ ରବିନ୍ଦ୍ର ଭଟ୍ଟଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରି କହିଛନ୍ତି ସୁପ୍ରିମକୋର୍ଟ ଦେଶର ସମସ୍ୟା ସମୟରେ ଚୁପ୍ ହୋଇ ବସି ରହିବେ ନାହିଁ । ରାଜ୍ୟ ଗୁଡିକ ଭିତରେ ଉନ୍ନତ ସମିକରଣ ରଖିବା ଆମର କାର୍ଯ୍ୟ ।
ସୁପ୍ରିମକୋର୍ଟର ଏହି ବେଞ୍ଚ କହିଛନ୍ତି ହାଇକୋର୍ଟ ମାନଙ୍କର କ୍ଷମତାକୁ ଆମେ ସଚଙ୍କୁଚିତ କରିବାକୁ ଚାହୁଁନୁ କିନ୍ତୁ ଯେଉଁ କାର୍ଯ୍ୟ ଗୁଡିକୁ ସେମାନେ କରି ନପାରିବେ ଆମେ ସେଥିରେ ହସ୍ଥକ୍ଷେପ କରିବୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ପୁର୍ବରୁ ସୁପ୍ରିମକୋର୍ଟ ମୁଖ୍ୟବିଚାରପତି ଏଏସ୍ ବୋବଡେଙ୍କ ଅଧ୍ୟକ୍ଷତାରେ ଶୁଣାଣି କରିଥିବା ବେଞ୍ଚ କେନ୍ଦ୍ର ସରକାରଙ୍କୁ କରୋନାକୁ ମୁକାବିଲା କରିବା ଲାଗି ସରକାରଙ୍କ ପକ୍ଷରୁ ଏକ ଜାତିୟ କରୋନା ନିତି ଯାହା ଦ୍ୱାରା ଅତ୍ୟାବଶ୍ୟକ ଔଷଧ ସାମଗ୍ରୀ, ଭାକ୍ସିନ୍ ଇତ୍ୟାଦି ଲାଗି ସରକାରଙ୍କର କଣ ଯୋଜନା ରହିଛି ତାକୁ ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ ।
ତେବେ ଆଜିର ଶୁଣାଣିରେ ଏହି ବେଞ୍ଚ କରୋନା ସହିତ ମୁକାବିଲା କରିବା ଲାଗି ସେନାର ମେଡିକାଲ କ୍ଷମତାକୁ କେନ୍ଦ୍ର ସରକାର ବ୍ୟବହାର ଜିପରି କରୁଛନ୍ତି ଏବଂ ଭାକ୍ସିନ୍ର ମୁଲ୍ୟକୁ ନେଇ ଉପୁଜିଥିବା ଦ୍ୱନ୍ଦ ବିଷୟରେ ସ୍ପଷ୍ଟି କରଣ ରଖିବାକୁ କହିଛନ୍ତି ।

