ସାଙ୍ଘାତିକ ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଂଜିଳିରୁ ଆସିଲା , ଚିକିତ୍ସା ଅବହେଳାରୁ ରୋଗୀଙ୍କ ଜୀବନ ଚାଲିଗଲା –

ସାଙ୍ଘାତିକ ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଂଜିଳିରୁ ଆସିଲା , ଚିକିତ୍ସା ଅବହେଳାରୁ ରୋଗୀଙ୍କ ଜୀବନ ଚାଲିଗଲା –

ଚାରିଆଡେ କରୋନାର କୋକୁଆ ଭୟ । କୋଭିଡ ନେଗେଟିଭ କହିଲା ପରେ ବି ଚିକିତ୍ସା କଲେନି ଡାକ୍ତର । ଚିକିତ୍ସା ଅବହେଳାରୁ ଚାଲିଗଲା ରୋଗୀଙ୍କ ଜୀବନ । ଏପରି ସାଙ୍ଘାତିକ ଅଭିଯୋଗ ହୋଇଛି ପୁଣି ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ହିଂଜିଳିରେ।

ସୂଚନାନୁସାରେ, ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶେରଗଡ଼ ବ୍ଲକ୍ କାଚଖଣ୍ଡି ଗ୍ରାମର ସୁନୀତା ସେଠୀଙ୍କ ଶରୀର ହଠାତ୍ ଅସୁସ୍ଥ ହେବାରୁ ପରିବାର ଲୋକେ 108 ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁସ୍ଥିତ କୋଭିଡ କେୟାର ସେଣ୍ଟର୍ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର କୋଭିଡ ରିପୋର୍ଟ ନେଗେଟିଭ ମୌଖିକ ଭାବେ କହିଲା ପରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ରୋଗୀକୁ ଚିକିତ୍ସା କରି ନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । କେତେ କାକୁତିମିନତି ହେଲା ପରେ ମଧ୍ୟ ଡାକ୍ତର ଦେଖିଲେ ନାହିଁ ।

ଅଭିଯୋଗ ଅନୁଯାୟୀ, କେବଳ କୋଭିଡ ରିପୋର୍ଟ ଆଣନ୍ତୁ । ତେବେ ରୋଗୀ ଦେଖାହେବ । କିନ୍ତୁ କୋଭିଡ କେୟାରରେ ରିପୋର୍ଟ ଦେଇନଥିଲେ, କେବଳ ରିପୋର୍ଟ ନେଗେଟିଭ ବୋଲି କହିଦେଇଥିଲେ । ତେଣୁ ରିପୋର୍ଟ ଦେଖାଇବା ସମ୍ଭବ ହୋଇନଥିଲା । ତେଣୁ ଉପଖଣ୍ଡ ଚିକିତ୍ସାଳୟରେ କେବଳ ଅକ୍ସିଜେନ ଟିକେ ଦେଇ ଚୁପ ରହିଯାଇଥିଲେ । ଅନ୍ୟପଟେ ଡାକ୍ତର କହିଛନ୍ତି ଯେ, ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି । ସେ ଗୁରୁତର ଥିଲେ ।ତେଣୁ ତାଙ୍କ ମୃତ୍ୟୁ ଘଟିଛି ।

ତେବେ ଏଠି ପ୍ରଶ୍ନ ଉଠିଛି ଯଦି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଏହିଭଳି ମହାମାରୀ ସମୟରେ ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ଅବେହେଳା ହେଉଛି ତାହେଲେ ଅନ୍ୟ ଅଞ୍ଚଳରେ ଚିକିତ୍ସା ବ୍ୟବସ୍ଥା କିପରି ଥିବ ।  ଏନେଇ ସାଧାରଣରେ ପ୍ରଶ୍ନବଚୀ ସୃଷ୍ଟି ହୋଇଛି । ଯଦି ଡାକ୍ତର ସଠିକ ଚିକିତ୍ସା ଦେଇଛନ୍ତି । ତେବେ ଏମିତି ସାଂଘାତିକ ଅଭିଯୋଗ କାହିଁକି ଆସୁଛି।

Leave a Reply

Your email address will not be published. Required fields are marked *