ଦିନ 2ଟାରୁ ସକାଳ 5 ଟା ଯାଏଁ ଗଞ୍ଜାମର ସହରାଞ୍ଚଳ ବନ୍ଦ ରହିବ ଦୋକାନ ବଜାର

ଦିନ 2ଟାରୁ ସକାଳ 5 ଟା ଯାଏଁ ଗଞ୍ଜାମର ସହରାଞ୍ଚଳ ବନ୍ଦ ରହିବ ଦୋକାନ ବଜାର

ଗଞ୍ଜାମର ସହରାଞ୍ଚଳ ଏଣିକି ଦିନ 2ଟାରୁ ସକାଳ 5 ଟା ଯାଏଁ ବନ୍ଦ ରହିବ ଦୋକାନ ବଜାର । ଏହା ଜିଲ୍ଲାର ବିଭିନ୍ନ ସହରାଞ୍ଚଳ ବ୍ୟବସାୟିକ ସଙ୍ଘ ଏବଂ ବୁଲାବିକାଳୀ ସଂଘ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି ।

କୋଭିଡ ସଂକ୍ରମଣ ଚେନ ଭାଙ୍ଗିବାକୁ ବ୍ୟବସାୟିକ ସଂଘ ତରଫରୁ ବଡ ପଦକ୍ଷେପ ।  ଆଜିଠୁ 10 ଦିନ ଯାଏଁ ଦିନ 2ଟାରୁ ସକାଳ 5 ଟା ଯାଏଁ ବନ୍ଦ ରହିବ ଦୋକାନ ବଜାର । ଏହି ପଦକ୍ଷେପକୁ ଟ୍ୱିଟ କରି ସ୍ୱାଗତ କରିଛି ଜିଲ୍ଲା ପ୍ରଶାସନ। ଗଞ୍ଜାମ ଜିଲ୍ଲାରେ କିଛି ଦିନର ବ୍ୟବଧାନ ପରେ ପୁଣି କରୋନା ସଂକ୍ରମଣ ଭୟ ଘାରିଛି । ଗତବର୍ଷ ଜିଲ୍ଲାରେ ଯେଉଁଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା ତାକୁ ଏଡାଇବାକୁ ଏହି ପଦକ୍ଷେପ ନିଆଯାଇଛି ।

ଗତ 24 ଘଣ୍ଟାରେ  8 ହଜାର 386 ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ 209 ସଂକ୍ରମିତ ଚିହ୍ନଟ କରାଯାଇଛି ।

Leave a Reply

Your email address will not be published. Required fields are marked *