ନକଲି ସାମଗ୍ରୀ ଅସଲି ବ୍ରାଣ୍ଡ ନାଁରେ ମିଳୁଛି , ପୁଣି ନକଲି ଘିଅ ଓ ତେଲ କାରଖାନାରେ : ଭଞ୍ଜନଗର ପୋଲିସର ଚଢାଉ

ନକଲି ସାମଗ୍ରୀ ଅସଲି ବ୍ରାଣ୍ଡ ନାଁରେ ମିଳୁଛି , ପୁଣି ନକଲି ଘିଅ ଓ ତେଲ କାରଖାନାରେ : ଭଞ୍ଜନଗର ପୋଲିସର ଚଢାଉ

ସାରା ରାଜ୍ୟରେ ନକଲି ସାମଗ୍ରୀ ତିଆରିର ସାମ୍ରାଜ୍ୟ ବଢିବାରେ ଲାଗିଛି । ନକଲି ତେଲ, କୋଲ୍ଡ ଡ୍ରିଙ୍ସ, ଘିଅ ବଜାରରେ ବିକ୍ରି କରାଯାଉଛି । ତେବେ ପୁଣି ଅସଲି ନାଁରେ ପ୍ରସ୍ତୁତ ହେଉଥିଲା ନକଲି ଘିଅ । ଭଞ୍ଜନଗରରେ ନକଲି ଘିଅ ଓ ତେଲ ଅପମିଶ୍ରଣ କାରଖାନା ଉପରେ ଚଢଉ କରିଛି ପୋଲିସ ।

ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଅବିକଳ ବିଭିନ୍ନ ବ୍ରାଣ୍ଡର ନକଲି ପ୍ୟାକେଟ ବନାଇ ନକଲି ସାମଗ୍ରୀ ପ୍ରସ୍ତୁତ ହେଉଛି । ନକଲି ସାମଗ୍ରୀ ଖୁଲମ ଖୁଲା ବଜାରରେ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା । ଭଞ୍ଜନଗର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଗତକାଲି ରାତିରେ କଲେଜ୍ ରୋଡ଼ ସ୍ଥିତ ବାଇପାସ୍ ଛକ ନିକଟରେ ଥିବା ଏକ ଗୋଦାମ ଘରେ ଏକ ନକଲି ଘିଅ ଓ ତେଲ କାରଖାନାରେ ଚଢାଉ କରିଥିଲା । ପୋଲିସ୍ ଚଢଉ କରିଥିବା ବେଳେ ଲକ୍ଷାଧିକ ଟଙ୍କାର ନକଲି ଘିଅ,ନଡ଼ିଆ ତେଲ,ରାଶି ତେଲ ଆଦିକୁ ଜବତ କରିଥିବା ଜଣାପଡ଼ିଛି ।

ଉକ୍ତ ସ୍ଥାନରେ କିଛି ମହିଳା ଅପମିଶ୍ରିତ ଘିଅ ଓ ତେଲକୁ ପ୍ୟକେଟିଂ କରୁଥିଲେ । ସେଠାରେ ଘିଅ ପ୍ରସ୍ତୁତର କଞ୍ଚାମାଲ୍,ଖାଲି ପ୍ୟାକେଟ୍,ତେଲ ଡ଼ବା,ନକଲି ତେଲ ଖୋଳ,ଓଜନ ମେସିନ୍,ମରିଚ ଗୁଣ୍ଡ ପ୍ୟାକେଟ୍,ମସଲା ଗୁଣ୍ଡ ପ୍ୟକେଟ୍ ,ଚୁଲା,ଗ୍ୟାସ୍ ଆଦି ରହିଥିବା ପୋଲିସ ଜବତ କରିଛି ।

Leave a Reply

Your email address will not be published. Required fields are marked *