
ସମ୍ପତି ଲୋଭରେ ଦିଅର ଭୁଲିଗଲା ନିଜର ମଣିଷ ପଣିଆ ଯାହାଫଳରେ ଭାଉଜକୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି ଦିଅର । ଏପରି ଜଘନ୍ୟ କାଣ୍ଡ ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ୟ୍ୟନଗର ଥାନା କନିଆରି ଗାଁର ।
ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଭାଉଜ ଓ ଦିଅରଙ୍କ ମଧ୍ୟରେ ଜମିବାଡ଼ି କଥାକୁ ନେଇ ବଚସା ହୋଇଥିଲା ଯାହାକି ହାତାହାତି ପର୍ଯ୍ୟନ୍ତ ମଧ୍ୟ ପଳାଇଥିଲା । ଏଥିରେ ଦିଅର ଅତ୍ୟନ୍ତ ରାଗିଯାଇ ଭାଇ ନଥିବା ସମୟରେ ନିଜ ଭାଉଜକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛି ।
ତେବେ ସମସ୍ତ ତଥ୍ୟ ଆଧାରରେ ଯାହା ସୁଚନା ମିଳିଛି ଭାଉଜ ଓ ଦିଅରଙ୍କ ମଧ୍ୟରେ ଆଗରୁ ଅନେକ ଥର ଏହି ଜମିବାଡ଼ି କଥା କୁ ନେଇ ବଚଷା ହୋଇଥିଲା । କିନ୍ତୁ ଗତକାଲି ରାତିରେ ଭାଉଜ ନଥିବା ସମୟରେ ଏଭଳି କାଣ୍ଡ କରିଛି ଦିଅର । ତେବେ ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ସହ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।