
ତେଜରାତି ଦୋକାନ ଉପରେ ଚଢାଉ କରି ୩ ଲକ୍ଷ ଟଙ୍କାର ଗୁଟ୍ଖା ଜବତ କରିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ପୋଲିସ । ଏହା ସହ ଦୋକାନ ମାଲିକ ପ୍ରଭାକର ସାହୁଙ୍କୁ ଗିରଫ କରାଯାଇଛି । ସୁଚନାଅନୁସାରେ ଗଞ୍ଜାମ ଜିଲ୍ଲା ତାରାତାରିଣୀ ଛକଠାରେ ଥିବା ଏକ ତେଜରାତି ଦୋକାନ ଉପରେ ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା।
ଯାହାଫଳରେ ବିପୁଳ ପରିମାଣର ଗୁଟ୍ଖା ଜବତ କରାଯାଇଛି। ଯାହାର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ। ଏ ନେଇ ଥାନାରେ ଦୋକାନ ମାଲିକଙ୍କ ନାଁରେ କେସ ନଂ ୧୮୦/୨୧ ମାମଲା ରୁଜୁ ହୋଇଛି।
ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକ କହିଛନ୍ତି, ଏଏସ୍ଆଇ ରବୀନ୍ଦ୍ର ନାଥ ପାଣିଗ୍ରାହୀ ଓ ପୋଲିସ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ସମୟରେ ଦୋକାନ ଉପରରେ ଚଢ଼ାଉ କରିଥିଲେ। ସେଠାରୁ ୪୧ଟି ବଡ ଜରି ବସ୍ତାରେ ଭର୍ତ୍ତି ହୋଇ ବିଭିନ୍ନ ପ୍ରକାରର ଗୁଟ୍ଖା, ଖଇନି ଆଦି ୨ ହଜାର ୮୪ ଟି ପ୍ୟାକେଟ୍ ଥିଲା। ଯାହାର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ ବୋଲି ଆଇଆଇସି ମଲ୍ଲିକ କହିଛନ୍ତି।