
ପୂର୍ବ ବିହାର ରୁ ଦକ୍ଷିଣ ଓଡିଶା ଉପକୂଳ ଯାଏଁ ସମୁଦ୍ର ପତ୍ତନ ଠାରୁ ବାୟୁମଣ୍ଡଳରେ ୧.୫କିମି ଯାଏଁ ଉତ୍ତର-ଦକ୍ଷିଣ ଦିଗରେ ଲମ୍ବିଥିବା ଟ୍ରଫ ଲାଇନ ପ୍ରଭାବରେ ରାଜ୍ୟରେ ଆଗାମି ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ଲଗି ରହିବା ନେଇ ଆଚଂଳିକ ପାଣିପାଗ କନ୍ଦ୍ରେ ଭୁବନେଶ୍ୱର ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମୟରେ ବିଭିନ୍ନ ସ୍ଥାନରେ ବର୍ଷା, ଘଡଘଡି ସହିତ ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ଥିବାର ସୂଚନା ଦିଆଯାଇଛି ।
ଆଗାମି ୨୪ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର,ଭଦ୍ରକ, କଟକ, ଖୋର୍ଦ୍ଧ,ଗଞ୍ଜାମ, କନ୍ଧମାଳ, ରାୟଗଡା,ଗଜପତି,କୋରାପୁଟ,ନବରଙ୍ଗପୁର,ମାଲକାନଗିରି ଜିଲ୍ଲା ମାନଙ୍କରେ ବର୍ଷା ,ଘଡଘଡି ସହିତ ପବନ ବହିବାର ମଧ୍ୟ ସମ୍ଭାବନା ଥିବା ସୂଚନା ରହିଛି ।

