ସଂକ୍ରମଣ ବଢିବା ସତ୍ୱେ ରାଜଧାନୀ ଲୋକେ ନିୟମ ମାନୁ ନାହାନ୍ତି , ବିଏମସି କମିଶନର କଡା ପଦକ୍ଷେପ ନେବାକୁ ସତର୍କ କରାଇଦେଲେ –

ସଂକ୍ରମଣ ବଢିବା ସତ୍ୱେ ରାଜଧାନୀ ଲୋକେ ନିୟମ ମାନୁ ନାହାନ୍ତି , ବିଏମସି କମିଶନର କଡା ପଦକ୍ଷେପ ନେବାକୁ ସତର୍କ କରାଇଦେଲେ –

ଭୁବନେଶ୍ୱରରେ କରୋନା ସଂକ୍ରମଣ ଦୈନିକ ନୁଆ ନୁଆ ରେକର୍ଡ କରୁଛି ହେଲେ ଲୋକମାନେ କୋଭିଡ ଗାଇଡଲାଇନ ମାନିବାକୁ ନାରାଜ । ଆଜି ଏଭଳି ଅଭିଯୋଗ ରାଜଧାନୀବାସୀ ମାନଙ୍କ ଉପରେ ଲଗାଇଛନ୍ତି ବିଏମସି କମିଶନର । ସେ କହିଛନ୍ତି ଯେ ସଂକ୍ରମଣ ଦୈନିକ ବଢୁଥିଲେ ମଧ୍ୟ ଲୋକମାନେ ନିୟମକୁ ପାଳନ କରୁନାହାନ୍ତି ଏଥିପାଇଁ ବାଧ୍ୟ ହୋଇ କଡା ପଦକ୍ଷେପ ନେବାକୁ ପଡବ ବୋଲି ଚେତାଇ ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ।

କମିଶନର କହିଛନ୍ତି କେତେକ ଅଂଚଳରେ ସିଲିଂ ଓ କଣ୍ଟେନମେଣ୍ଟ ଜୋନ ପ୍ରତିଷ୍ଠା କରିବାକୁ ଉଦ୍ୟମ ଆରମ୍ଭ କରାଯାଇଛି । ଅନ୍ୟପକ୍ଷରେ କେତେକ ଲୋକମାନଙ୍କ ଶରୀରରେ ଜ୍ବର ଥିଲେ ମଧ୍ୟ ସେମାନେ ପରୀକ୍ଷା କରାଉନାହାନ୍ତି । ଏଣୁ କରୋନାକୁ ହରାଇବାକୁ ହେଲେ ଲୋକଙ୍କୁ ସତର୍କ ରହିବାକୁ ହେବ ଓ ସହଯୋଗ କରିବାକୁ ହେବ ।

ଆଜି ଡାକ୍ତର ଅଶୋକ ମହାପାତ୍ର କହିଥିଲେ ଯେ ଭୁବନେଶ୍ବର ଏବଂ କଟକରେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଛି । ଟ୍ବିନ ସିଟିର କଟକଣା ଅଧିକ ରହିବା ଦରକାର, ନୋଚେତ ଆଗକୁ ସ୍ଥିତି ଅସମ୍ଭାଳ ହେବ । ମାଛମାଂସ ଓ ମଦ ଦୋକାନ ସଂକ୍ରମଣ ବୃଦ୍ଧିର ବଡ଼ କାରଣ । ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୂର୍ବ କୌଶଳ ବଦଳାଇବାକୁ ହେବ ଓ ସ୍ବତନ୍ତ୍ର କୌଶଳ ଅବଲମ୍ବନ କରିବାକୁ ହେବ ବୋଲି ସେ କହିଥିଲେ ।

Leave a Reply

Your email address will not be published. Required fields are marked *