ପ୍ରତିଶୃତି ଦେଇ ପ୍ରତାରଣା : ବିବାହର ପ୍ରତିଶୃତି ଦେଇ ପ୍ରେମିକ ଫେରାର

ପ୍ରତିଶୃତି ଦେଇ ପ୍ରତାରଣା : ବିବାହର ପ୍ରତିଶୃତି ଦେଇ ପ୍ରେମିକ ଫେରାର

ରାଜ୍ୟରେ ମହିଳା ମାନଙ୍କ ପ୍ରତି ଅପରାଧ ଏବେ ସୀମା ଟପୁଥିବା ବେଳେ ବିବାହର ପ୍ରତିଶୃତି ଦେଇ ପ୍ରତାରଣା କରିବା ଭଳି ମାନସିକ ଅପରାଧ ଏବେ ନୂଆ ଟ୍ରେଣ୍ଡ ପାଲଟିଛି ।

ଲଭ୍‌-ସେକ୍ସ-ଧୋକା ର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ୍ ଜିଲ୍ଲା ବନ୍ତ ବ୍ଲକ୍ ନିଳୋକ ଗ୍ରାମରେ । ଏହି ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ଦୀର୍ଘ ୩ ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ପରେ ତାଙ୍କୁ ଶାରିରୀକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରି ବିବାହର ପ୍ରତିଶୃତି ଦେଇ ଏବେ ଆଉ ଧରାଛୁଆଁ ଦେଉନି ପ୍ରେମିକ ପ୍ରବର । ନିଳୋକ ପଞ୍ଚାୟତର ସରପଞ୍ଚଙ୍କ ପୁଅ ଦେବାଶିଷ ମହାନ୍ତି ପାଖ ସାହାଡ଼ା ପଲ୍ଲୀ ଗ୍ରାମର ଜଣେ ୧୯ ବର୍ଷର କଲେଜ ଛାତ୍ରୀଙ୍କୁ ୩ ବର୍ଷ ପୂର୍ବରୁ ଭଲ ପାଇଥିଲେ । ପରେ ତାଙ୍କୁ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । କିନ୍ତୁ ଏବେ ତାଙ୍କୁ ପ୍ରତାରଣା କରି ଫେରାର ହୋଇଯାଇଥିବା ସହିତ ତାଙ୍କ ସାଙ୍ଗ ମାନଙ୍କ ଜରିଆରେ ହତ୍ୟା ଧମକ ଦେଉଥିବା ପୀଡିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଏନେଇ ଯୁବତୀ ଓ ତାଙ୍କ ପରିବାର ଲୋକେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ ମାତ୍ର ଯୁବତୀଙ୍କୁ ବନ୍ତ ପୋଲିସ୍ ନ୍ୟାୟ ଦେଇନଥିବା ଅଭିଯାଗ କରି ଆଜି ଭଦ୍ରକ୍ ଜିଲ୍ଲା ଏସପିଙ୍କୁ ଭେଟିଛନ୍ତି ଯୁବତୀଙ୍କ ପରିବାର ଲୋକ ।

Leave a Reply

Your email address will not be published. Required fields are marked *