ଜାତୀୟ 16 ନମ୍ବର ରାଜପଥରେ ଟ୍ରକ ବାଇକକୁ ଧକ୍କା ଦେଲା, ୨ ମୃତ

ଜାତୀୟ 16 ନମ୍ବର ରାଜପଥରେ ଟ୍ରକ ବାଇକକୁ ଧକ୍କା ଦେଲା, ୨ ମୃତ

ଭୟଙ୍କର ସଡକ ଦୁର୍ଘଟଣା । ଜୀବନ ହାରିଲେ 2 ଯୁବକ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ଧର୍ମଶାଳା ଥାନା 16 ନମ୍ବର ଜାତୀୟ ରାଜପଥରେ ।

ସୂଚନା ଅନୁସାରେ, ଜିଲ୍ଲାର ଧର୍ମଶାଳା ନିକଟରେ ଥିବା ଗୋକରନେଶ୍ୱର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ମଲ। ଏଥିରେ ଦୁଇଜଣ ପ୍ରାଣ ହରାଇଛନ୍ତି। ମୃତକ ଦ୍ବୟ ଟାଙ୍ଗୀ ଭଗତପୁର ଅଞ୍ଚଳର ବୋଲି ସୂଚନା ମିଳିଛି । 

ସେମାନେ ବାଇକଯୋଗେ ଭଦ୍ରକ ଆଡକୁ ଯିବା ବେଳ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା ।

ଘଟଣାସ୍ଥଳରେ ହିଁ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟଜଣେ ଚିକିତ୍ସାଧିନ ଅବସ୍ଥାରେ ଜୀବନ ହାରିଥିଲେ । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *