ଭୁବନେଶ୍ୱର ଆଇଡ଼ି ମାର୍କେଟ କୋଭିଡ଼ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ  ସିଲ୍‌, ଦୋକାନ ବଜାର 3 ଦିନ ବନ୍ଦ ରହିବ-

ଭୁବନେଶ୍ୱର ଆଇଡ଼ି ମାର୍କେଟ କୋଭିଡ଼ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ସିଲ୍‌, ଦୋକାନ ବଜାର 3 ଦିନ ବନ୍ଦ ରହିବ-

କୋଭିଡ଼ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଆଇଡ଼ି ମାର୍କେଟକୁ ସିଲ୍‌ କଲା ବିଏମସି ।  3 ଦିନ ପାଇଁ ବନ୍ଦ ରହିବ ଦୋକାନ ବଜାର । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଇନ୍ଦ୍ରଧନୁ ମାର୍କେଟ ସିଲ ହୋଇଛି । କୋଭିଡ ନିୟମ ଉଲ୍ଲଙ୍ଘନ ହେଉଥିବାରୁ ସିଲ କରିଛି ଭୁବନେଶ୍ୱର ମହାନଗର ନିଗମ । ଆଜି 24ଘଣ୍ଟା ପାଇଁ ବନ୍ଦ ରହିବ ଇନ୍ଦ୍ରଧନୁ ମାର୍କେଟ। ତେବେ ଆସନ୍ତାକାଲି ଶନିବାର ଓ ତାପରଦିନ ରବିବାର ସପ୍ତାହାନ୍ତ ସଟଡାଉନ ରହିଛି । ଆଜିଠାରୁ ୩ ଦିନ ଯାଏଁ ଇନ୍ଦ୍ରଧନୁ ମାର୍କେଟ ବନ୍ଦ ରହିବ । ସୋମବାର ଦିନ ଖୋଲିବ ଇନ୍ଦ୍ରଧନୁ ମାର୍କେଟ । ବାରମ୍ବାର ବିଏମସି ପକ୍ଷରୁ ସଚେତନ କରାଯାଉଥିଲେ ମଧ୍ୟ ଏହି ସ୍ଥାନରେ ଭିଡ଼ ପରିଲକ୍ଷିତ ହେଉଛି । ଅଧିକ ଗହଳି କରିବା ସହ ଲୋକ କୋଭିଡ ନିୟମର ଉଲ୍ଲଙ୍ଘନ କରୁଛନ୍ତି । ବଜାରରେ ଭିଡ଼ ହେଉଛି । ସାମାଜିକ ଦୂରତା ରକ୍ଷା କରୁ ନାହାନ୍ତି ଉଭୟ ଦୋକାନୀ ଓ ଗ୍ରାହକ ।

ବିଏମସି ଓ କମିଶନରେଟ ପୋଲିସ ପକ୍ଷରୁ ବିଭିନ୍ନ ହାଟରେ ମିଳିତ ଚଢ଼ାଉ କରାଯାଉଛି  । ଗତକାଲି ଡମଣା ହାଟକୁ ବନ୍ଦ କରାଯାଇଥିବା ବେଳେ 28 ତାରିଖ ଦିନ ମାର୍କେଟ ବିଲଡିଂକୁ ମଧ୍ୟ ବନ୍ଦ କରାଯାଇଛି ।

Leave a Reply

Your email address will not be published. Required fields are marked *