
ଗତକାଲି ଉତର ଇସ୍ରାଏଲରେ ଲାଗ୍ ବି’ଓମେର ପର୍ବ ପାଳନ ପାଇଁ ବହୁମାତ୍ରରେ ଏକଠି ଜନସମାଗମରେ ଦଳ।ଚକଟା ଘଟି ପାଖାପାଖି ୪୦ ଜଣ ମୃତ୍ୟୁବରଣ କରିଥିଲା ସ୍ଥାନୀୟ ମିଡିଆ ପକ୍ଷରୁ କୁହାଯାଇଛି , ଏଥିରେ ୧୦୦ରୁ ଉର୍ଦ୍ଧ ଲୋକେ ଆହାତ ହୋଇଛନ୍ତି । ଉଦ୍ଧାକାର୍ଯ୍ୟରେ ୬ ଟି ହେଲିକାପ୍ଟର ସହିତ ଅନେକ ଆମ୍ବୁଲାନ୍ସ ନିୟୋଜିତ ହୋଇଛନ୍ତି । ଆହାତ ମାନଙ୍କ ମଧ୍ୟରେ ଅନେକଙ୍କ ଅବସ୍ତା ସଙ୍କଟାପର୍ଣ୍ଣଥିବା ମେଡିକାଲ ପକ୍ଷରୁ କୁହାଯାଇଛି । ତେବେ କେଉଁଥି ପାଇଁ ଏହି ଘଟଣା ଘଟିଛି ସେ ନେଇ କୌଣଷି ସୂଚନା ମିଳୀପାରି ନାହିଁ ।
ଏହି ଘଟଣାରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏହି ଘଟଣା ପାଇଁ ଦୁଖଃ ପ୍ରକାଶ କରିଛନ୍ତି । ଦେଶରେ କରୋନା ଭାଇରସ ପ୍ରଭାବ କମିବା ପରେ ପ୍ରଥମ କରି ଏତେ ମାତ୍ରାରେ ଏକାଠି ହୋଇ ଜିଉସ୍ ଧର୍ମର ଉତ୍ସବ ପାଳନ କରୁଥିଲା ବେଳେ ଏପରି ଦୁଖଃଦ ଘଟଣା ଘଟିଛି । ତେବେ ଏହା କେଉଁଥି ପାଇଁ ସଂଗଠିତ ହୋଇଛି ସେ ନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ଜାରି ରହିଛି ।