କେନ୍ଦ୍ରୀୟ ସୁରକ୍ଷା ବାହିନୀର ୪୫୬୧ କୋଟି ପାଉଣା ଛାଡ ବାହାନାରେ  ନବୀନ ପୁଣି ମୋଦିଙ୍କୁ ଚିଠି ଲେଖି ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦାବି କଲେ

କେନ୍ଦ୍ରୀୟ ସୁରକ୍ଷା ବାହିନୀର ୪୫୬୧ କୋଟି ପାଉଣା ଛାଡ ବାହାନାରେ ନବୀନ ପୁଣି ମୋଦିଙ୍କୁ ଚିଠି ଲେଖି ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦାବି କଲେ

ଓଡିଶାରେ ମୁତୟନ ହୋଇଥିବା କେନ୍ଦ୍ରୀୟ ଫୋର୍ସ ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଅକ୍ଟୋବର ୧ ,୨୦୨୦ ମଧ୍ୟରେ ୪୫୬୧.୨୩ କୋଟି ଦେବାକୁ ଓଡିଶା ସରକାରଙ୍କୁ କୁହାଯାଇଥିଲା । ଏହି ପରିପ୍ରେକ୍ଷିରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଏହି ଟଙ୍କା ଛାଡ କରିବାକୁ ଦାବି କରିଛନ୍ତି । 

ଏହି ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଉତର-ପୁର୍ବ ଏବଂ ଜାମ୍ମୁ ଓ କାଶ୍ମିର ପରି ରାଜ୍ୟ ଗୁଡିକରେ ମୁତୟନ ହୋଉଥିବା କେନ୍ଦ୍ରୟ ଫୋର୍ସ ପାଇଁ ସମ୍ପୁର୍ଣ୍ଣ ଦେୟ କେନ୍ଦ୍ର ସରକାର ବ୍ୟୟ କରୁଛନ୍ତି ସେହିପରି ଓଡିଶାରେ ମୁତୟନ ହୋଇଥିବା କେନ୍ଦ୍ରିୟ ଫୋର୍ସ ପାଇଁ ସମ୍ପୁର୍ଣ୍ଣ ଦେୟ କେନ୍ଦ୍ର ସରକାର ବ୍ୟୟ କରନ୍ତୁ ବୋଲି ଏହି ଚିଠିରେ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । 

ମୁଖ୍ୟମନ୍ତ୍ରି କହିଛନ୍ତି ମାଓବାଦ ସମଗ୍ର ଦେଶରେ ବ୍ୟାପିଛି ଏବଂ ଏହା ଏକ ଜାତୀୟ ସମସ୍ୟ ଓ ଏହା ଦେଶର ସାର୍ବଭୌମତ୍ୱ ପାଇଁ ମଧ୍ୟ ସମସ୍ୟ ।ସୃଷ୍ଟି କରୁଛି । ତେଣୁ ଏହି ସମସ୍ୟାକୁୁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବରେ ସମାଧାନ କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି । 

ଓଡିଶା ସରକାରଙ୍କ ପକ୍ଷରୁ ରାଜ୍ୟରେ ୧୫ ବାଟାଲିୟନ ପୋଲିସ ଫୋର୍ସ ମାଓବାଦି ମୁକାବିଲା କରିବା ଲାଗି ସ୍ୱତନ୍ତ୍ର ବାବରେ ପ୍ରସ୍ତୁତ କରିବା ସହିତ ୩୦.୦୦୦ ନୁତନ ପୋଲିସ ଫୋର୍ସ ଗଠନ କରି ସେମାନଙ୍କୁ ନିଯୁକ୍ତି ଦେଇଥିବା ସେ କହିଛନ୍ତି । 

ମାଓବାଦ ରାଜ୍ୟ ଓ କେନ୍ଦ୍ର ସରକାର ଭୟଙ୍କର ଦାଇତ୍ୱ , ତେଣୁକରି କେନ୍ଦ୍ର ସରକାର ଓଡିଶା ଭଳି ରାଜ୍ୟରୁ କେନ୍ଦ୍ରୟ ଫୋର୍ସ ମୁତୟନ ପାଇଁ ପାଉଣା ଦାବି କରିବା ସମୟରେ ଏ ଦିଗ ଗୁଡିକରେ ବିଚାର କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *