ସାରା ରାଜ୍ୟରେ ଦିନ 2 ଟା ପରେ  ସବୁ ଦୋକାନ ବଜାର ବନ୍ଦ ରହିବ: ବ୍ୟବସାୟୀ ମହାସଂଘର ବଡ଼ ନିଷ୍ପତି

ସାରା ରାଜ୍ୟରେ ଦିନ 2 ଟା ପରେ ସବୁ ଦୋକାନ ବଜାର ବନ୍ଦ ରହିବ: ବ୍ୟବସାୟୀ ମହାସଂଘର ବଡ଼ ନିଷ୍ପତି

ସାରା ରାଜ୍ୟରେ କାୟା ମେଲାଉଛି ମହାମାରୀ କରୋନା ଭାଇରସ । ଏହାରି ଭିତରେ ବିଭିନ୍ନ ସ୍ଥାନରେ କଟକଣା କଡ଼ା ହୋଇଛି । କରୋନାକୁ ମୁକାବିଲା କରିବା ପାଇଁ ଏବେ ଅଣ୍ଟା ଭିଡିଛି ବ୍ୟବସାୟୀ ମହାସଂଘ । ଏଣିକି ସାରା ରାଜ୍ୟରେ ଦିନ 2ଟାରୁ ବନ୍ଦ ରହିବ ଦୋକାନ । 

ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢୁଥିବା ଏବେ ରାଜ୍ୟ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି । କରୋନା ସଂକ୍ରମଣ ଚେନ୍ ବ୍ରେକ କରିବାକୁ ମେ 3 ରୁ 15ତାରିଖ ପର୍ଯ୍ୟନ୍ତ ଦିନ 2ଟାରୁ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ବ୍ୟବସାୟୀ ମହାସଂଘ ।ଶନିବାର ଓ ରବିବାର ସଟଡାଉନ୍ ଥିବା ବେଳେ ମେ 3 ରୁ ଏହି କଟକଣା ଲାଗୁ ହେବ । ଲୋକେ ନିୟମର ଉଲଙ୍ଘନ କରୁଛନ୍ତି । ଲୋକେ ନିୟମର ଉଲଙ୍ଘନ କରୁଛନ୍ତି । ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନେଇଛି ମହାସଂଘ ।

 ଆଜି ସାରା ରାଜ୍ୟରୁ 8 ହଜାର 681 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନ୍‌ରୁ 4 ହଜାର 948 ଥିବା ବେଳେ 3 ହଜାର 733 ଲୋକାଲ କେସ୍ ରହିଛି  ।

Leave a Reply

Your email address will not be published. Required fields are marked *