ସୁଦର୍ଶନ ପଟ୍ଟନାୟକ ଇର୍ଫାନ୍‌ଙ୍କ ପ୍ରଥମ ଶ୍ରଦ୍ଧାବାର୍ଷିକରେ ବାଲୁକା କଳାରେ ସ୍ମୃତିକୁ ତୋଳିଲେ-

ସୁଦର୍ଶନ ପଟ୍ଟନାୟକ ଇର୍ଫାନ୍‌ଙ୍କ ପ୍ରଥମ ଶ୍ରଦ୍ଧାବାର୍ଷିକରେ ବାଲୁକା କଳାରେ ସ୍ମୃତିକୁ ତୋଳିଲେ-

ଓଡିଶାର ପ୍ରସିଦ୍ଧ ବାଲୁକା ଶୀଳ୍ପି ସୁଦର୍ଶନ ପଟ୍ଟନାୟକ ବଲିଉଡର ସ୍ୱର୍ଗତ ଅଭିନେତା ଇର୍ଫାନ୍‌ଙ୍କ ଖାନଙ୍କୁ ତାଙ୍କର ପ୍ରଥମ ଶ୍ରଦ୍ଧା ବାର୍ଷିକରେ ମନେ ପକାଇ ପୁରୀର ସ୍ୱର୍ଣ୍ଣୀମ ବେଳେଭୁମିରେ ଅତି ସୁନ୍ଦର ଭାବରେ ତାଙ୍କର ସ୍ମୃତିକୁ ନିଜର ବାଲୁକା କଳା ମାଧ୍ୟମରେ ତୋଳି ବସିଛନ୍ତ । ଗତବର୍ଷ ଏପ୍ରିଲ ୨୯ ତାରିଖରେ ମୁମ୍ବାଇର କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ୫୩ ବର୍ଷରେ ତାଙ୍କର ମୃତ୍ୟୁ ହୋଇଥିଲା । 

ଆଜି ବାଲୁକା ଶିଳ୍ପି ସୁଦର୍ଶନ ପଟ୍ଟନାୟକ ନିଜର ଟି୍ୱଟର ଆକାଉଣ୍ଟରେ ପୁରୀର ସ୍ୱର୍ଣ୍ଣୀମ ବେଳେଭୁମିରେ ଇରଫାନଙ୍କର ବାଲୁକାରେ ଏକ ଫଟୋଚିତ୍ର ନିର୍ମାଣ କରି ମିସ ୟୁ ଲେଖି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏଥିରେ ଇର୍ଫାନ୍‌ଙ୍କ ମୃତ୍ୟୁର ଏକ ବର୍ଷ ହୋଇଥିଲା ବେଳେ ତାଙ୍କୁ ମିସ୍ କରୁଥିବା ଲେଖିଥିଲେ । ସୁଦର୍ଶନଙ୍କ ଏହି ପୋଷ୍ଟି ତୁରନ୍ତ ଟ୍ୱିଟରରେ ଭାଇରାଲ ହୋଇଯାଇଥିଲା ।

ଇର୍ଫାନ୍‌ଙ୍କ ଗତବର୍ଷ ରକ୍ତ ସଚାଂଳନରେ ସମସ୍ୟା ଦେଖାଯିବାରୁ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ପୁର୍ବରୁ ଇମରାନଙ୍କର ୨୦୧୮ ରେ ଇଲଂଣ୍ଡରେ ଏକ ଟ୍ୟୁମର ସର୍ଜରି ହୋଇଥିଲା ।

ଇର୍ଫାନ୍‌ଙ୍କ ଅଭିନିୟ କରିଥିବା ଫିଲ୍ମ ଗୁଡିକ ହେଉଛି ମକ୍‌ବୁଲ, ଲଚଂବକ୍ସ, ହିନ୍ଦି ମିଡିୟମ, ସ୍ଲମ୍‌ଡଗ ମିଲିଓନର ଏବଂ ଏହା ସହିତ ସେ କିଛି ହଲିଉଡ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ଦର୍ଶକେ ତାଙ୍କୁ ଶେସଥର ପାଇଁ ଇଂରେଜି ମିଡିୟମରେ ଦେଖିଥିଲା ।

Leave a Reply

Your email address will not be published. Required fields are marked *