
ଆଜିଠୁ ୩ ମାସ ପର୍ଯ୍ୟନ୍ତ ବନ୍ଦ ରହିବ ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ । ବିରଳ ବଉଳା କୁମ୍ଭୀରଙ୍କ ପାଇଁ ଭିତରକନିକା ପ୍ରସିଦ୍ଧି ଥିବାରୁ ପ୍ରତିବର୍ଷ ଦେଶ ବିଦେଶର ପର୍ଯ୍ୟଟକଙ୍କ ସୁଅ ଛୁଟେ ।
କିନ୍ତୁ ଏହି ୩ ମାସରେ କୁମ୍ଭୀରମାନେ ସ୍ଥଳ ଭାଗକୁ ଉଠି ସୁରକ୍ଷିତ ସ୍ଥାନ ଦେଖି ବସା ବାନ୍ଧି ଅଣ୍ତା ଦେଇଥାନ୍ତି ଅର୍ଥାତ ଏହି ତିନିମାସ ହେଉଛି ବିରଳ କୁମ୍ଭୀରଙ୍କ ପ୍ରଜନନ ଋତୁ । ଯେଉଁ ସମୟରେ ମା କୁମ୍ଭୀର ଅଧିକ ହିଂସ୍ର ହୋଇଥାଏ ।
ତେଣୁ ଏହି ସମୟରେ ପର୍ଯ୍ୟଟକମାନେ ବୁଲିବାକୁ ଆସିଲେ ପର୍ଯ୍ୟଟକଙ୍କ ପ୍ରତି ବିପଦ ଥାଏ ତେଣୁ ଏହାକୁ ଆଖି ଆଗରେ ରଖି ଆଜିଠାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ । ଏନେଇ ଭିତରକନିକା ଜାତୀୟ ଉଦ୍ୟାନର କର୍ତ୍ତୁପକ୍ଷ ସୁଚନା ପ୍ରଦାନ କରିଛନ୍ତି ।