ଲସି ପିଇ ମାଲକାନଗିରିରେ 100 ଜଣରୁ ଅଧିକ ଅସୁସ୍ଥ, ଗୁରୁତରଙ୍କ ମଧ୍ୟରେ ଅନେକ ଛୋଟପିଲା

ଲସି ପିଇ ମାଲକାନଗିରିରେ 100 ଜଣରୁ ଅଧିକ ଅସୁସ୍ଥ, ଗୁରୁତରଙ୍କ ମଧ୍ୟରେ ଅନେକ ଛୋଟପିଲା

ମାଲକାନଗିରି ଜିଲ୍ଲା ପଡିଆ ବ୍ଲକରେ ଲସି ପିଇ 100 ଜଣରୁ ଅଧିକ ଅସୁସ୍ଥ । ଅସୁସ୍ଥମାନଙ୍କୁ କାଲିମେଳା ଓ ପଡିଆ ସ୍ୱାସ୍ତ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କାଲଦାଗୁଡା ପଞ୍ଚାୟତର କିଛି ଲୋକ ଗତ ଶୁକ୍ରବାର ଦିନ କୁର୍ତି ଗ୍ରାମର ସାପ୍ତାହିକ ହାଟରେ ସମସ୍ତେ ଲସି ପିଇଥିଲେ । ଲସି ପିଇ 100ରୁ ଅଧିକ ଲୋକ ଗୁରୁତର ହୋଇଥିବା ସୂଚନା ମିଳିଛି । ଏହି ଖବର ପାଇବା ପରେ ଗାଁରେ ମେଡିକାଲ ଟିମ ପହଞ୍ଚି ସ୍ୱାସ୍ଥାବସ୍ଥା ଯାଞ୍ଚ କରିଛି । ଅସୁସ୍ଥ ବ୍ୟକ୍ତିମାନଙ୍କ ଚିକିତ୍ସା ଜାରି ରହିଥିବା ବେଳେ ସେମାନଙ୍କ ଅବସ୍ଥା ସ୍ଥିର ରହିଛି । ଫୁଡ଼ ପୋଏଜନରୁ ଏପରି ହୋଇଥିବା ସୂଚନା ମିଳିଛି ।

ଅସୁସ୍ଥଙ୍କ ମଧ୍ୟରେ ଅନେକ ଛୋଟପିଲା ରହିଥିବା ଜଣାପଡିଛି । ବର୍ତ୍ତମାନ କିଛି ଜଣଙ୍କ ଅବସ୍ଥାରେ ସୁଧାର ଆସିଥିବାର ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *