
ଭାରତର ସବୁଠୁ ବିତ୍ତଶାଳି କମ୍ପାନୀ ରିଲିଆନ୍ସ ଇଣ୍ଡଷ୍ଟ୍ରୀ ଏହାର ଉତ୍ସ ମାନଙ୍କରୁ ଭାରତରେ ସର୍ବାଧୀକ ମେଡିକାଲ ବ୍ୟବହାର ଯୁକ୍ତ ଅକ୍ସିଜେନ ଉତ୍ପାଦନ କରୁଛି । ଏହା ଭାରତର ମୋଟ ଅକ୍ସିଜେନ ଉତ୍ପାଦନର ୧୧ ପ୍ରତିଶତ ଅଟେ ଯାହା ପ୍ରତି ଦଶ ଜଣରେ ଜଣେ ରୋଗିଙ୍କର ଚିକିତ୍ସାରେ ଲାଗୁିଛି ।
ମୁକେଶ ଅମ୍ବାନୀଙ୍କର ଏହି କମ୍ପାନୀରୁ ପ୍ରତିଦିନ ୧୦୦୦ ମେଟ୍ରିକ ଟନ୍ ଅକ୍ସିଜେନ ମେଡିକାଲ ବ୍ୟବହାର ନିମନ୍ତେ ପ୍ରଦାନ କରୁଛନ୍ତି ଏବଂ ଏହା ପ୍ରତିଦିନ ପ୍ରାୟ ୧ ଲକ୍ଷ ଲୋକଙ୍କର ଅବଶ୍ୟକତାକୁ ମେଣ୍ଟାଉଛି । ରିଲିଆନ୍ସ ଇଣ୍ଡଷ୍ଟ୍ରୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ନିଜର ପ୍ରତ୍ୟକ୍ଷ ତତ୍ୱବଧାନରେ କମ୍ପାନୀର ଜାମନଗର ଥିବା ପ୍ଲାଣ୍ଟରୁ ଅକ୍ସିଜେନ ଯୋଗାଣକୁ ପରିଚାଳନା କରୁଛନ୍ତି । ସଂପ୍ରତି କରୋନା ମହାମରୀ ସମୟରେ ଦେଖାଯାଇଥିବା ଅକ୍ସିଜେନ ଅଭାବକୁ ମେଣ୍ଟାଇବା ଲାଗି କମ୍ପାନୀ ତରଫରୁ ଏପ୍ରିଲ ମାସରେ ୧୫,୦୦୦ ମେଟ୍ରୀକ୍ ଟନ୍ ଅକ୍ସିଜେନ ଯୋଗାଇ ଦେଇଛନ୍ତି ଯାହା ୧୫ ଲକ୍ଷ ଲୋକଙ୍କର ଆବଶ୍ୟକତା ପୁରଣ କରିଛି ।
ତେବେ ଏହି କାର୍ଯ୍ୟ ପାଇଁ ରିଲିଆନ୍ସ ଇଣ୍ଡଷ୍ଟ୍ରୀ ୨୪ ଟି ଅକ୍ସିଜେନ ଟ୍ୟାଙ୍କରକୁ ଭାରତୀୟ ବାୟୁ ସେନା ସାହାଯ୍ୟରେ ବିଭିନ୍ନ ଦେଶରୁ ଭାରତକୁ ଆଣିଛନ୍ତି ଯାହା ଅଧୀକ ୫୦୦ ମେଟ୍ରୀକ ଟନ୍ ଅକ୍ସିଜେନ ଯୋଗାଣରେ ସାହାଯ୍ୟ କରୁଛୀ । ତେବେ ଏଥି ପାଇଁ ସାଉଦିର ଆରାମ୍କୋ, ଭାରତ ପେଟ୍ରୋଲିୟମ୍ ଏବଂ ଭାରତୀୟ ବାୟୁସେନାକୁ ଧନ୍ୟବାଦ ଜଣାଇଛନ୍ତି ।

