ପରିବା ବୋଝେଇ ଭ୍ୟାନରେ ବିପୁଳ ପରିମାଣର ସବୁଜ ଜହର ଜବତ୍‌-

ପରିବା ବୋଝେଇ ଭ୍ୟାନରେ ବିପୁଳ ପରିମାଣର ସବୁଜ ଜହର ଜବତ୍‌-

ରାଜ୍ୟରେ ନିଶା କାରବାର ବଢିଚାଲିଥବା ବେଳେ ବେଆଇନ୍ ସବୁଜ ଜହର ଚାଲାଣ ଏବେ ରାଜ୍ୟରେ ବେଧଡକ୍ ଚାଲିଛି । ଏହାରି ମଧ୍ୟରେ ଗଞ୍ଜେଇ ମାଫିଆଙ୍କ ଭୂସ୍ୱର୍ଗ ପାଲଟିଛି କୋରାପୁଟ ଓ ମାଲକାନାଗିରି ଜିଲ୍ଲା । 

ପାହାଡ ଆବୃତ ଘଞ୍ଚ ଜଙ୍ଗଲରେ ଶହ ଶହ ଏକର ଗଞ୍ଜେଇ ଚାଷ କରାଯାଇ ରାଜ୍ୟର ବିଭିନ୍ନ ପ୍ରାନ୍ତ ତଥା ରାଜ୍ୟ ବାହାରକୁ ଚାଲାଣ କରାଯାଉଛି । ଆଜି ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜୟପୁରରେ । ଏକ ପରିବା ବୋଝେଇ ଭ୍ୟାନରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ କରାଯାଉଥିଲା । ଭ୍ୟାନଟି ଲମତାପୁଟ ପଟୁ ଆସୁଥିବା ଖବର ପାଇ କଟା ଛକରେ ଜୟପୁଲ ପୋଲିସ୍ ଏହି ଭ୍ୟାନକୁ ଧରିଥିଲା । ଭ୍ୟାନରେ ପ୍ରାୟ ୪୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଗଞ୍ଜେଇ ଚାଲାଣ କରାଯାଉଥିଲା ବୋଲି ସୂଚନା ମିଳିଛି । 

ଏଥିସହିତ ସଦର ଥାନା ପୋଲିସ୍ ଗଞ୍ଜେଇ ଚାଲଶଣ କରାଯାଉଥିବା ଭ୍ୟାନ ସହିତ ୬ ଜଣଙ୍କୁ ଗିରଫ କରିଥିବା ସଦର ଥାନା ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ୫ଟି ମୋବାଇଲ ଫୋନ ସହିତ ୧୧ ହଜାର ଟଙ୍କା ମଧ୍ୟ ଜବତ୍ କରିଛି ଜୟପୁର ସଦର ଥାନା ପୋଲିସ୍ ।

Leave a Reply

Your email address will not be published. Required fields are marked *