ନିର୍ବାଚନ କାର୍ଯ୍ୟକୁ ଲକଡାଉନ ସମୟରେ ଅନୁମତି-

ନିର୍ବାଚନ କାର୍ଯ୍ୟକୁ ଲକଡାଉନ ସମୟରେ ଅନୁମତି-

ରାଜ୍ୟରେ ଲାଗୁ ହେଉଥିବା ଲକଡାଉନ ସମୟରେ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକୁ ଅନୁମତି ମିଳିବ ବୋଲି କୁହାଯାଇଛି । ନିର୍ବାଚନ ସମ୍ପର୍କିତ କାର୍ଯ୍ୟରେ ସଟଡାଉନ ଓ ଲକଡାଉନ ଲାଗୁ ହେବ ନାହିଁ ।

ଲକଡାଉନ ସମୟରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଲୋକେ ଯାତାୟତ କରିପାରିବେ । ଟ୍ରେନିଂ, ପୋଲିଂ ସେଣ୍ଟର ଯିବାକୁ ଅଧିକାରୀଙ୍କୁ ଅନୁମତି ମିଳିବ । ପ୍ରାର୍ଥୀ, ଅଫିସର, ପୋଲିଂ ଓ କାଉଣ୍ଟିଂ ଏଜେଣ୍ଟଙ୍କୁ ଯିବାଆସିବାକୁ ଅନୁମତି ରହିଛି ।

ସୂଚନାଯୋଗ୍ୟ, ନାଇଟକର୍ଫ୍ୟୁ ଓ ସପ୍ତାହନ୍ତ ସଟଡାଉନ ସତ୍ତ୍ବେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବ୍ରେକ ଲାଗିପାରିନି। ସେଥିଲାଗି ଆସନ୍ତା ମେ’ ୫ରୁ ସାରାରାଜ୍ୟରେ ଲକଡାଉନ ଘୋଷଣା କରାଯାଇଛି । ମେ’ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ସମସ୍ତ କଟକଣା ବଳବତ୍ତର ରହିବ ।

Leave a Reply

Your email address will not be published. Required fields are marked *