ଚଇତି ପର୍ବରେ ଭିଡ ହଟାଇବାକୁ ଉଦ୍ୟମ କରିବାରୁ ପୋଲିସ ଉପରକୁ ଆକ୍ରମଣ: ଏଏସଆଇ ଗୁରୁତର

ଚଇତି ପର୍ବରେ ଭିଡ ହଟାଇବାକୁ ଉଦ୍ୟମ କରିବାରୁ ପୋଲିସ ଉପରକୁ ଆକ୍ରମଣ: ଏଏସଆଇ ଗୁରୁତର

ବାରିପଦା ନିକଟ କପ୍ତିପଦା ଥାନା ଅଞ୍ଚଳରେ ଚଇତି ପର୍ବ ପାଳନ ଚାଲିଥିବାବେଳେ ପୋଲିସ ଭିଡ ନିୟନ୍ତ୍ରଣ ପାଇଁ ବନ୍ଦ କରିବାରୁ ଲୋକେ ପାଲଟା ଆକ୍ରମଣ କରିଛନ୍ତି ।

ଉତ୍ତ୍ୟକ୍ତ ଲୋକେ କେବଳ ପୋଲିସ କର୍ମଚାରୀଙ୍କୁ ମାଡ ମାରିନାହାନ୍ତି, ପୁଲିସ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି । ଲୋକଙ୍କ ଆକ୍ରମଣରେ ଜଣେ ଏଏସଆଇ ଗୁରୁତର ହୋଇଥିବା ବେଳେ ଜଣେ ହୋମଗାର୍ଡ ଓ କନେଷ୍ଟବଳ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଦେୱାନବାହାଳୀରେ ପ୍ରାୟ ୫-ହଜାର ଲୋକ ରୁଣ୍ଡ ହୋଇ ଚଇତି ପର୍ବ ପାଳନ କରୁଥିଲେ । ଏହି ଖବର ପାଇ କପ୍ତିପଦା ଥାନା ପୋଲିସ ପହଂଚି ଚଇତି ପର୍ବ ବନ୍ଦ କରିବା ଚେଷ୍ଟା କରିବାରୁ ପୋଲିସ ଉପରେ ସ୍ଥାନୀୟ ଲୋକେ ଆକ୍ରମଣ କରିଛନ୍ତି ।

Leave a Reply

Your email address will not be published. Required fields are marked *