ଟି. ରବି ଶଙ୍କର ରିଜର୍ବ ବ୍ୟାଙ୍କର ନୂଆ ଡେପ୍ୟୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ ହେବେ

ଟି. ରବି ଶଙ୍କର ରିଜର୍ବ ବ୍ୟାଙ୍କର ନୂଆ ଡେପ୍ୟୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ ହେବେ

ଏପ୍ରିଲ ମାସରେ ରିଜର୍ବ ବ୍ୟାଙ୍କର ଡେପ୍ୟୁଟି ଗଭର୍ଣ୍ଣର ବି.ପି କାନୁନଗୋ ଅବସର ନେବା ପରେ ଏବେ ତାଙ୍କ ସ୍ଥାନରେ ରିଜର୍ବ ବ୍ୟାଙ୍କର ନୂଆ ଡେପ୍ୟୁଟି ଗଭର୍ଣ୍ଣର ଭାବରେ ନିଯୁକ୍ତ ହେବାକୁ ଯାଉଛନ୍ତି ଟି. ରବି ଶଙ୍କର । ପୂର୍ବରୁ ରବି ଶଙ୍କର ଭାରତ ସରକାରଙ୍କ ଅନେକ ଆର୍ଥିକ କମିଟିର ସଦ୍ୟସ ଥିବା ସହିତ ସେ ଭାରତୀୟ ରିଜର୍ବ ବ୍ୟାଙ୍କରେ ଋଣ ପରିଚାଳନା ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ଭାର ମଧ୍ୟ ସମ୍ଭାଳି ଆସିଛନ୍ତି ।

ଆଜି ଡିପାର୍ଟମେଣ୍ଟ ଅଫ୍ ପର୍ସୋନେଲ ଆଣ୍ଡ ଟ୍ରେନିଙ୍ଗ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁଯାଇ ଟି. ରବି ଶଙ୍କରଙ୍କୁ ଭାରତୀୟ ରିଜର୍ବ ବ୍ୟାଙ୍କର ନୂଆ ଡେପ୍ୟୁଟି ଗଭର୍ଣ୍ଣର ଭାବରେ ମନୋନୀତ କରାଯାଇଛି । ଏବେ ରବି ଶଙ୍କର ଏକଜ୍ୟୁକେଟିଭ୍ ଡାଇରେକ୍ଟର ରିଜର୍ବ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭାବରେ କାର୍ଯ୍ୟରତ ଅଛନ୍ତି । ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ଡେପ୍ୟୁଟି ଗଭର୍ଣ୍ଣର ଭାବରେ ଟି. ରବି ଶଙ୍କର ଦାୟିତ୍ୱ ନୁଲାଇବାକୁ ଯାଉଛନ୍ତି ।

ତେବେ ବର୍ତମାନ ସୁଦ୍ଧା ଟି. ରବି ଶଙ୍କରଙ୍କୁ କେଉଁ ବିଭାଗ ର ଦାୟିତ୍ୱ ଦିଆଯିବ ସେ ନେଇ ଏବେ ଜାରି ହୋଇଥିବା ବିଜ୍ଞପ୍ତିରେ କିଛି ସୂଚନା ଦିଆଯାଇ ନାହିଁ ।

Leave a Reply

Your email address will not be published. Required fields are marked *