ପ୍ରାରମ୍ଭିକ ଟ୍ରେଣ୍ଟରେ ଡିଏମକେ ଓ ସହଯୋଗି ଆଗରେ, ଶାସକ ଏଆଇଡିଏମକେ ପଛରେ ପଡିଲା : ତାମିଲନାଡୁ ନିର୍ବାଚନ-

ପ୍ରାରମ୍ଭିକ ଟ୍ରେଣ୍ଟରେ ଡିଏମକେ ଓ ସହଯୋଗି ଆଗରେ, ଶାସକ ଏଆଇଡିଏମକେ ପଛରେ ପଡିଲା : ତାମିଲନାଡୁ ନିର୍ବାଚନ-

ତାମିଲନାଡୁ ସାଧାରଣ ନିର୍ବାଚନ ୨୦୨୧ ପ୍ରରମ୍ଭିକ ପର୍ଯ୍ୟାୟରେ ଡିଏମକେ ଓ ତାର ସହଯୋଗିମାନେ ଆଗରେେ ରହିଛନ୍ତି । ଡିଏମକେ ଏବଂ ଏହାର ସହଯୋଗି ଯଥା କଂଗ୍ରେସ୍ ୧୩୮ ଆସନରେ ଆଗୁଆ ଅଛନ୍ତି, ତେବେ ଶାସକ ଏଆଇଡିଏମକେ ୯୫ ଟି ସଟ୍ ରେ ଆଗୁଆ ଅଛନ୍ତି । ତାମିଲନାଡୁରେ ମୋଟ ସିଟ ୨୩୪ ହୋଇଥିଲା ବେଳେ ସରକାର ଗଠନ ପାଇଁ ୧୧୮ ସିଟ ର ଆବଶ୍ୟକ ଅଛି । ତାମିଲନାଡୁରେ ୨୦୧୧ରୁ ଏଆଇଡିଏମକେ ଶାସନରେ ଥିଲା ବେଳେ ଆଗକୁ ଅହୁରି ଗୋଟିଏ ସରକାର ଗଠନ ପାଇଁ ଆଶା କରୁଛି । ତେବେ ବିରୋଧି ଡିଏମକେ ଏଆଇଡିଏମକେ ଦଳ ଭିତରେ ଥିବା ଅନ୍ତଦ୍ୱନ୍ଦ ସେମାନଙ୍କ ସରକାରକୁ ଆଣିବ ବୋଲି ଆଶା କରୁଛନ୍ତି । 

ରାଜ୍ୟରେ ପ୍ରଥମ ଥର ପାଇଁ ରାଜ୍ୟର ଦୁଇ ବରିଷ୍ଠ ନେତା ଜୟଲଳିତା ଏବଂ ଏମ କରୁଣାନିଧୀଙ୍କ ଅନୁପସ୍ତିତିରେ ସେମାନଙ୍କର ପର ପିଢିର ନେତା ମାନେ ଲଢେଇ ଜାରୀ ରଖିଥିଲା ବେଳେ ରାଜ୍ୟରେ ଅନ୍ୟ ସାମୁଖ୍ୟ ମାନଙ୍କୁ ମୁଣ୍ଡ ଟେକିବାକୁ ସୁଯୋଗ ଦେଇଛି ।

Leave a Reply

Your email address will not be published. Required fields are marked *