
କରୋନାରେ ସଂକ୍ରମିତ ହୋଇ ମେଡିକାଲର ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତି ସେଇ ମେଡିକାଲରେ ଅନ୍ୟ ଜଣେ ରୋଗିଙ୍କୁ ଯୌନ ଶୋଶଣ ଅଭିଯୋଗରେ ପୋଲିସ ଗିରଫ କରିଛି ନୁଆପଡା ପୋଲିସ । ଏ ନେଇ ନୁଆପଡା ସଦର ଥାନାରେ ଏକ କେସ ଦାଖଲ ହୋଇଛି ।
ସୂଚନା ଅନୁଯାଇ ଏପ୍ରିଲ ୨୬ ତାରିଖରେ ପଡିତା ଜଣକ କୋଭି ମେଡିକାଲରେ ଅଡମିଟ ହୋଇଥିଲେ, ପୁର୍ବରୁ ଅଭିଯୁକ୍ତ ଜଣକ ସେହି ମେଡିକାଲରେ ଆଡମିଟ ଥିଲେ । ସେଠାରେ ଅଭିଯୁକ୍ତ ଜଣକ ପିଡିତାଙ୍କ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା ପରେ ମହିଳା ଜଣକ ପାଟି କରିବାରୁ ପାଖରେ ଥିବା ରୋଗି ଓ କର୍ମଚାରି ମାନେ ସେଠାରେ ରୁଣ୍ଡ ହୋଇଥିଲେ ।
ମହିଳା ଜଣକ ନିକଟକୁ ତଦନ୍ତ ପାଇଁ ଯାଇଥିବା ଜଣେ ମହିଳା ତସିଲଦାର ଯାଇଥିବା ବେଳେ ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତ ଜଣକ ତାଙ୍କ ଅଶାଳିନ ଭାବରେ ଛୁଇଁଥିବା ଅଭିଯୋଗ କରିଥିଲେ । ସେ ପୋଲିସକୁ କହିଥିଲେ ଯେ ଅଭିଯୁକ୍ତଙ୍କର ଉଦେଶ୍ୟ ତାଙ୍କୁ ଠିକ ନଲାଗିବାରୁ ସେ ଚିତ୍କାର କରି ପାଖରେ ଥିବା ରୋଗିଙ୍କୁ ଡାକିଥିଲେ ।
ତେବେ ଏ ନେଇ ନୁଆପଡା ସଦର ଥାନା ଅଧୀକାରି କହିଛନ୍ତି ଅଭିଯୁକ୍ତ ବିରୁଦ୍ଧରେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବିଭିନ୍ନ ଧାରାରେ ମାମାଲାରେ ଗିରଫ କରାଯାଇଛି । ଅଭିଯୁକ୍ତ ଜଣଙ୍କ କୋଭିଡରୁ ସୁସ୍ତ ହେବା ପରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

