
ଭାରତୀୟ ଦଳର ଷ୍ଟାର ବ୍ୟଟ୍ସମ୍ୟାନ୍ ଏବଂ ଆଇପିଏଲ ଦଳ ପଞ୍ଜାବ କିଙ୍ଗସ୍ ର ଅଧୀନାୟକ କେଏଲ ରାହୁଲ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ ହୋଇଛନ୍ତି । ପଞ୍ଜାବ କିଙ୍ଗସ୍ ର ଗତ ମ୍ୟାଚ୍ ସମୟରେ ରାହୁଲ ତଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ତେବେ ମେଡିସିନ ଦ୍ୱାରା ତାଙ୍କର କୌଣଷି ଉନ୍ନତି ନଆସିବାରୁ ତାଙ୍କ କାଲି ମେଡିକାଲରେ ଭର୍ତି କରାଯାଇଥିବା ଦଳ ପକ୍ଷରୁ ଆଜି ସୂଚନା ଦିଆଯାଇଛି ।
ତେବେ କେଏଲ ରାହୁଲ ଏବେ ଆପେଣ୍ଟିସାଇଟ୍ସ ରୋଗରେ ପିଡିତ ଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ଏଥିରୁ ଠିକ ହେବା ଲାଗି ତାଙ୍କର ଅପରେସନ୍ ହେବ ବୋଲି ଦଳ ପକ୍ଷରୁ ଆଜି ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି । ଏହି ଖବର ପଞ୍ଜାବ କିଙ୍ଗସ୍ ପାଇଁ ଏକ ବହୁତ ବଡ ଧକ୍କା ହୋଇଥିଲା ବେଳେ ରାହୁଲଙ୍କ ଅନୁପସ୍ତିତିରେ କିଏ ଦଳର ନେତୃତ୍ୱ ନେବ ସେ ନେଇ ପଞ୍ଜାବ ପକ୍ଷରୁ କୌଣଷି ସୂଚନା ଦିଆଯାଇ ନାହିଁ । ରାହୁଲ ଏବେ ସମ୍ପୁର୍ଣ୍ଣ ସୁସ୍ଥ ହେବା ପରେ ହିଁ ଦଳରେ ଯୋଗ ଦେବେ ।
ଚଳିତ ଆଇପିଏଲରେ ପଞ୍ଜାବ ମିଶ୍ରିତ ଆରମ୍ଭ କରିଥିଲା ବେଳେ ରାହୁଲ ଚଳିତ ସିଜନର ସର୍ବାଧିକ ରନ୍ ସଂଗ୍ରହ କରି ଅରେଞ୍ଜ କ୍ୟାପ୍ ହୋଲ୍ଡର ଅଛନ୍ତି । ଦଳ ବ୍ୟଟିଙ୍ଗ ପାଇଁ ରାହୁଲଙ୍କ ଉପରେ ସମ୍ପୁର୍ଣ୍ଣ ନିର୍ଭର କରୁଥିଲା ବେଳେ ତାଙ୍କ ଅନୁପସ୍ତିତିରେ ଦଳ ଇଂଲଣ୍ଡର ବ୍ୟଟ୍ସମ୍ୟାନ ମଲାନଙ୍କୁ ପଡିଆକୁ ଓଲ୍ଲାଇ ପାରେ ।

