ଆସାମ କଂଗ୍ରେସ ପ୍ରମୁଖ ବିଧାନସଭା ନିର୍ବାଚନ ହାରିବା ପରେ ପଦରୁ ଇସ୍ତଫା ଦେଲେ

ଆସାମ କଂଗ୍ରେସ ପ୍ରମୁଖ ବିଧାନସଭା ନିର୍ବାଚନ ହାରିବା ପରେ ପଦରୁ ଇସ୍ତଫା ଦେଲେ

ଆସାମ କଂଗ୍ରେସର ଅଧ୍ୟକ୍ଷ ରିପୁନ ବୋରା ରବିବାର ରାଜ୍ୟ ବିଧାନସଭା ନିର୍ବାଚନରେ ଦଳର ପରାଜୟ ପରେ ଇସ୍ତଫା ଦେଇଛନ୍ତି । ରାଜ୍ୟସଭା ସଦସ୍ୟ ଶ୍ରୀ ବୋରା ପରାଜୟ ସ୍ୱୀକାର କରିଛନ୍ତି । ସେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ନିଜର ଇସ୍ତଫା ପତ୍ର ପଠାଇଦେଇଛନ୍ତି । ବୋରା ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ଆସାମ ବିଧାନସଭା ନିର୍ବାଚନରେ ପାର୍ଟିର ଶୋଚନୀୟ ପରାଜୟ ଯୋଗୁଁ ଆସାମ କଂଗ୍ରେସ କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଉଛି । ରିପୁନ ବୋରା ଲେଖିଛନ୍ତି ଯେ, ମ୍ୟାଡମ ମୋତେ ବହୁତ ଦୁଃଖ ଓ ଅବଶୋଷ ସହିତ କହିବାକୁ ପଡୁଛି ଯେ, ବହୁ ପରିଶ୍ରମ ପରେ ମଧ୍ୟ ବିଜେପିକୁ ମୁକାବିଲା କରିପାରିଲୁ ନାହିଁ । ଗୋହପୁର ଆସନରୁ ବିଜେପି ପ୍ରାର୍ଥୀ ଓ ବର୍ତ୍ତମାନର ବିଧାୟକ ଉତ୍ପଳ ବୋରାଙ୍କ ହାତରୁ ୨୯ ହଜାର ୨୯୪ ଖଣ୍ଡ ଭୋଟରେ ହାରିଛନ୍ତି । ବହୁ ପରିଶ୍ରମ ପରେ ମଧ୍ୟ ଆସାମ ଶାଖାର ସଭାପତି ଭାବେ ୪ ବର୍ଷରେ ପାର୍ଟିକୁ ପୁନର୍ଜୀବିତ କରିପାରିଲୁ ନାହିଁ । 

Leave a Reply

Your email address will not be published. Required fields are marked *