
୧୯୮୭ ବ୍ୟାଚର ଆଇଏଫଏସ୍ ଅଧିକାରୀ ଅଭୟକାନ୍ତ ପାଠକଙ୍କ ବାଧ୍ୟତାମୂଳକ ଅବସର ପାଇଁ ରାଜ୍ୟସରକାର କରିଥିବା ଆବେଦନକୁ କେନ୍ଦ୍ର ଗ୍ରହଣ କରିଛି । ଡିସେମ୍ବରରେ ରାଜ୍ୟ ସରକାର ଦୁର୍ନୀତିଗ୍ରସ୍ତ ଆଇଏଫଏସ୍ ଅଧିକାରୀଙ୍କ ବାଧ୍ୟତାମୂଳକ ଅବସର ନେବାକୁ କେନ୍ଦ୍ରକୁ ଜଣାଇଥିଲେ ।
ଡିସେମ୍ବର ୧୭ରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗିରଫ ହେବା ପରେ ଅଭୟକାନ୍ତ ପାଠକ ନ୍ୟାୟିକ ହେପାଜତରେ ଥିବାବେଳେ ତାଙ୍କ ବାଧ୍ୟତାମୂଳକ ଅବସର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିଥିଲେ।
ସୂଚନାଯୋଗ୍ୟ, ରାଜ୍ୟ ଭିଜିଲାନ୍ସ ବିଭାଗ ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କୁ ଆୟବର୍ହିଭୂତ କୋଟି କୋଟି ଟଙ୍କା ଜମା କରିଥିବା ପ୍ରମାଣ ଉପରେ ଗିରଫ କରିଥିଲା। ବର୍ତ୍ତମାନ ସୁଦ୍ଧା ୨୦ କୋଟି ଟଙ୍କା ଜବତ ହୋଇଛନ୍ତି । ଉଭୟ ବାପା ଓ ପୁଅ ଜେଲରେ ଅଛନ୍ତି।
ଅଭୟକାନ୍ତ ପାଠକ ତାଙ୍କ ଆୟବର୍ହିଭୂତ ସମ୍ପତ୍ତିକୁ ତାଙ୍କ ପୁଅ ଆକାଶ ପଠକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରୁଥିଲେ ଏବଂ ଟାଟା ମୋଟର୍ସର ଏମଡି ଭାବରେ ଠକି ହରିଲୁଟ ଘଟଣାରେ ପୁଅକୁ ସାହାଯ୍ୟ କରୁଥିଲେ।
ବେରୋଜଗାର ଯୁବକଙ୍କୁ ଟାଟା ମୋଟର୍ସ ଚାକିରିରେ ମିଥ୍ୟା ପ୍ରତିଶ୍ରୁତି ଦେଇ ସେମାନଙ୍କଠାରୁ ବିପୁଳ ନଗଦ ଟଙ୍କା ଲୁଟ କରୁଥିବା ଅଭିଯୋଗ ହେବା ପରେ କ୍ରାଇମବ୍ରାଞ୍ଚ ତାଙ୍କ ପୁଅକୁ ମଧ୍ୟ ଗିରଫ କରିଥିଲା । ଏହି ମାମଲାରେ ଟାଟା ମୋଟର୍ସ ଦ୍ୱାରା ଏଫ୍ଆଇଆର୍ ଦାଖଲ କରାଯାଇଥିଲା।
ଅଭୟକାନ୍ତ ପାଠକ ନିଜେ ମର୍ସିଡିଜ୍, ବିଏମଡବ୍ଲୁ ଭଳି ଉଚ୍ଚ ବ୍ରାଣ୍ଡର ଦାମୀ କାର ବ୍ୟବହାର କରୁଥିଲେ। ଲକଡାଉନ୍ ଅବଧିରେ ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଚାଟାର୍ଡ ପ୍ଲେନରେ ବୁଲୁଥିଲେ ଏବଂ ବିଳାସପୂର୍ଣ୍ଣ ପାଞ୍ଚ ତାରକା ଓ ସାତ ତାରକା ହୋଟେଲରେ ରହୁଥିଲେ।