
ପୁରା ଦେଶରେ କରୋନାର କହର ଜାରି ରହିଥିବା ବେଳେ ଉତ୍ତରପ୍ରଦେଶ ସ୍ଥିତି ସଙ୍ଗୀନ ରହିଛି । ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରା ୟୁପିରେ ଆଂଶିକ ଲକ୍ଡାଉନ୍ ଳାଗୁ କରାଯାଇଥିଲା । ଲକ୍ଡାଉନ୍ ସତ୍ତ୍ୱେ ବି ୟୁପିରେ କରୋନା ସଂକ୍ରମଣ ଆୟତ ହେଉନଥିବାରୁ ଏବେ ପୁଣି ଲକ୍ଡାଉନ୍ ଅବଧି କୁ ବଢାଇଛନ୍ତି ୟୁପି ସରକାର ।
ପୂର୍ବରୁ ଲାଗୁ ହୋଇଥିବା ଲକ୍ଡାଉନ୍ ଅବଧି ଆଜି ଶେଷ ହେଉଥିବା ବେଳେ ପୁଣି ଏହି କଟକଣାକୁ ଆହୁରି ତିନି ଦିନ ଅର୍ଥାତ୍ ମେ ୭ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଏନେଇ ଆଜି ସୂଚନା ଦେଇଛନ୍ତି ଉତ୍ତରପ୍ରଦେଶର ମୁଖ୍ୟ ଶାସନ ସଚିବ ନବନିତ ସେହଗଲ ।
ଉତ୍ତରପ୍ରଦେଶରେ ଏବେ ଦୈନିକ ସଂକ୍ରମଣ ୩୦ ହଜାର ଉପରେ ରହୁଥିବା ବେଳେ ଏହି ସ୍ଥିତିକୁ ଆୟତରେ ଆଣିବା ପାଇଁ ୟୁପିରେ ପୁଣି ଲକ୍ଡାଉନ୍ ଅବଧି ବଢିପାରେ ବୋଲି ବି ଆଶଙ୍କା କରାଯାଉଛି । ଏବେ ଟେଷ୍ଟିଂ ପ୍ରକ୍ରିୟା ମଧ୍ୟ ପୂର୍ବ ଅପେକ୍ଷା ଅଧିକ ତ୍ୱରିତ କରାଯାଇଛି ବୋଲି ୟୁପି ମୁକ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

