2ବର୍ଷ ପୂରିଛି ବାତ୍ୟା ଫୋନି କୁ, ଆଜି ବି ମନେ ପଡେ ସେଇ ଛାତିଥରା ଦୃଶ୍ୟ, ପଲିଥିନ ତଳେ କଟୁଛି ବିପନ୍ନଙ୍କ ଜୀବନ

2ବର୍ଷ ପୂରିଛି ବାତ୍ୟା ଫୋନି କୁ, ଆଜି ବି ମନେ ପଡେ ସେଇ ଛାତିଥରା ଦୃଶ୍ୟ, ପଲିଥିନ ତଳେ କଟୁଛି ବିପନ୍ନଙ୍କ ଜୀବନ

ଫୋନି ବାତ୍ୟାକୁ ପୂରିଛି 2ବର୍ଷ । ଆଜି ବି ମନେ ପଡେ ସେଇ ଛାତିଥରା ଦୃଶ୍ୟ । 2019 ମସିହା ମେ 3ତାରିଖରେ ପ୍ରଳୟଙ୍କାରୀ ସାମୁଦ୍ରିକ ବାତ୍ୟା ଫୋନି ରଚିଥିଲା ତାଣ୍ଡବ।

ଫୋନି ବାତ୍ୟାରେ ଛାରଖାର ହୋଇ ଯାଇଥିଲା ଓଡିଶାର ଅଧା ଜିଲ୍ଲା । ଫୋନି ବାତ୍ୟାରେ କ୍ଷୟକ୍ଷତି ହୋଇଥିଲା 14ଟି ଜିଲ୍ଲା । ଭୟଙ୍କର ଭାବେ ଆସି ସବୁ କିଛି ଛାରଛାର କରିଦେଲା ବାତ୍ୟା । ପ୍ରବଳ ବେଗରେ ସମୁଦ୍ରରୁ ସ୍ଥଳଭାଗ ଆଡେ ମାଡି ଆସିଥିଲା ଏହି ଫୋନି ବାତ୍ୟା । ବିଶେଷ ଭାବରେ ଶ୍ରୀହୀନ ହୋଇପଡିଥିଲା ପୁରୀ ଜିଲ୍ଲା । ରାଜଧାନୀ ଭୁବନେଶ୍ୱର ମଧ୍ୟ ଏହି ବାତ୍ୟାର ପ୍ରଭାବରୁ ବର୍ତ୍ତି ପାରିନଥିଲା । ସବୁ ସୌନ୍ଦର୍ଯ୍ୟ ଯେପରି ହଜିଗଲା । ଝିପିଝିପି ବର୍ଷାରୁ ଆରମ୍ଭ ହୋଇଥିଲା କାଳ ତାଣ୍ଡବ । ବିକଟାଳ ଗର୍ଜନ ଶବ୍ଦ ସହ ମାଡି ଆସିଥିଲା ବାତ୍ୟା ଫୋନି ।

କରାଳ ରୂପ ଫୋନି ବାତ୍ୟାରେ 18,168 ଗ୍ରାମ ଛାରଖାର ହୋଇଥିଲା ।  1କୋଟି 65 ଲକ୍ଷ 30ହଜାର 9 ଶହ ଲୋକ ପ୍ରଭାବିତ ହୋଇଥିଲେ। 6ଟି ଜିଲ୍ଲାରେ ମୋଟ 43 ଜଣ ମୃତ୍ୟୁବରଣ କରିଥିଲେ । ସବୁଠାରୁ ଅଧିକ ପୁରୀ ଜିଲ୍ଲାରେ ମୋଟ 21 ଜଣ ମୃତ୍ୟ ହୋଇଥିଲେ ।  5ଲକ୍ଷ 8 ହଜାର 467ଟି ଘର ନଷ୍ଟ ହୋଇପଡିଥିଲା । ବିଜୁଳି ଲିଭିଗଲା । ଫବନର ବେଗରେ ଗଛ ପଡିଲା । ଘର ଦ୍ୱାର ଭାଙ୍ଗିଗଲା । ଆଜି ବି ଫୋନି ବାତ୍ୟା ମାଡରେ ଅଣ୍ଟା ଟେକି ପାରିନି ଓଡିଶା । ଫଳରେ ଲୋକମାନେ ଆଜିବି ପଲିଥିନ ତଳେ ଜୀବନ କାଟୁଛନ୍ତି ।  

ଫୋନି ବାତ୍ୟା କ୍ଷୟକ୍ଷତି ପରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଅର୍ଥ ଯୋଗାଇ ଦେଇଛନ୍ତି । କିନ୍ତୁ ଆଜିବି ଫୋନି ବିପନ୍ନ ସହାୟତା ପାଇବାରୁ ବଞ୍ଚିତ ହୋଇଥିବା ବେଳେ ଖୋଲା ଆକାଶ ତଳେ ଜୀବନ କାଟୁଛନ୍ତି ।

Leave a Reply

Your email address will not be published. Required fields are marked *