କ୍ରାଇମବ୍ରାଞ୍ଚ ଏସଟିଏଫ୍ ଆନ୍ତଃରାଜ୍ୟ ବନ୍ଧୁକ ବେପାର ରାକେଟର ପର୍ଦ୍ଦାଫାସ,  ୨ ଗିରଫ ୫ ବନ୍ଧୁକ ଜବତ

କ୍ରାଇମବ୍ରାଞ୍ଚ ଏସଟିଏଫ୍ ଆନ୍ତଃରାଜ୍ୟ ବନ୍ଧୁକ ବେପାର ରାକେଟର ପର୍ଦ୍ଦାଫାସ, ୨ ଗିରଫ ୫ ବନ୍ଧୁକ ଜବତ

ଦୀର୍ଘଦିନରୁ କରିଆସୁଥିବା ଆନ୍ତଃରାଜ୍ୟ ବନ୍ଧୁକ ବେପାରର ପର୍ଦ୍ଦାଫାସ ହୋଇଛି । ଯାହାଫଳରେ ଏହି କାମରେ ଲିପ୍ତ ଥିବା ୨ଜଣଙ୍କୁ  ବାନ୍ଧିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ।  ଗିରଫ ଅଭିଯୁକ୍ତମାନେ ହେଲେ ବିହାର ମୁଙ୍ଗେର ଅଞ୍ଚଳର ରବୀନ୍ଦ୍ର ପ୍ରାସଦ ଓ ବାଲେଶ୍ୱର ଜିଲ୍ଲା ଶ୍ରୀକୃଷ୍ଣପୁର ଗାଁର ବିଶ୍ୱନାଥ ବିଶୋୟୀ ।

ସେମାନଙ୍କ ପାଖରୁ ଜବତ ହୋଇଛି ୫ଟି ୭ ଏମଏମ୍ ବନ୍ଧୁକ, ୭ଟି ମାଗାଜିନ୍ ଓ ୭ଟି ଅଫୁଟା ଗୁଳି । ବନ୍ଧୁକ କିଣାବିକା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏମାନଙ୍କ ଉପରେ ସ୍ୱତନ୍ତ୍ର ନଜର ରହିଥିଲା ।

ଭଦ୍ରକ ଜିଲ୍ଲା ରାଣୀତାଲ ନିକଟରେ ଚଢ଼ାଉ ବେଳେ ଦୁଇ ଅଭିଯୁକ୍ତଙ୍କୁ ଧରିବା ସହ ସେମାନଙ୍କୁ ନିକଟରୁ ବନ୍ଧୁକ ଓ ଗୁଳି ଜବତ ହୋଇଛି । ଗତବର୍ଷେ ଭିତରେ ବେଆଇନ ବନ୍ଧୁକ କାରବାର ମାମଲାରେ ଏସଟିଏଫ ୨୭ଟି ବନ୍ଧୁକ ଓ ୬୧ ଗୁଳି ଜବତ କରିଛି ।

Leave a Reply

Your email address will not be published. Required fields are marked *