୮୦ କୋଟି ଟଙ୍କାର ମଦ ଲକ୍‌ଡାଉନ୍ ପୂର୍ବରୁ ବିକ୍ରି ହେଲା

୮୦ କୋଟି ଟଙ୍କାର ମଦ ଲକ୍‌ଡାଉନ୍ ପୂର୍ବରୁ ବିକ୍ରି ହେଲା

ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଭୟରେ ପୁଣି ଥରେ ଆମେ ଲକ୍‌ଡାଉନ୍ ଭଳି ସ୍ଥିତିର ସାମ୍ନା କରୁଛୁ । ଏଭଳି ପରିସ୍ଥିତିରେ କିନ୍ତୁ ଲୋକଙ୍କ ମଦ ପାଇଁ ପାଗଳାମି କମିନି । ପୂର୍ବ ବର୍ଷ ଲକ୍‌ଡାଉନ୍ ଭଳି ଏଥର ଲକ୍‌ଡାଉନ୍ ପୂର୍ବରୁ ମଧ୍ୟ ମଦ କାଉଣ୍ଟର ଗୁଡିକରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା ।

ଆଜି ଠାରୁ ପୁରା ରାଜ୍ୟରେ ୧୪ ଦିନିଆ ଲକ୍‌ଡାଉନ୍ ଲାଗୁ ହୋଇଛି ଏବଂ ଏଥିପାଇଁ ଦୁଇ ଦିନ ପୂର୍ବରୁ ରାଜ୍ୟର ପ୍ରାୟ ସବୁ ମଦ ଦୋକାନ ଗୁଡିକରେ ଭିଡି ଦେଖିବାକୁ ମିଳିଛି । ପେଟି ପେଟି ମଦ ଲୋକ ବୋହି ନେବାର ଚିତ୍ର ପୁଣି ଥରେ ସାମ୍ନାକୁ ଆସିଛି ।

ଅନ୍ୟ ଦିନ ମାନଙ୍କରେ ରାଜ୍ୟରେ ପ୍ରାୟ ୩୦ କୋଟି ଟଙ୍କା ଦୈନିକ ମଦ ବ୍ୟବସାୟ ହେଉଥିବା ବେଳେ ଗତ ସୋମବାର ଓ ମଙ୍ଗଳବାର ରାଜ୍ୟରେ ଦୈନିକ ୪୦ କୋଟିରୁ ଉର୍ଦ୍ଧ୍ୱ ମଦ ବିକ୍ରି ହୋଇଛି । ଅର୍ଥାତ୍ ୧୦ ରୁ ୧୨ କୋଟି ଟଙ୍କାର ଅଧିକ ମଦ କେବଳ ଲକ୍‌ଡାଉନ୍ ପାଇଁ ହି ବିକ୍ରି ହୋଇଛି । ପୁରା ରାଜ୍ୟକ୍ଲେକ୍‌ଡାଉନ୍ ପୂର୍ବରୁ ଦୁଇ ଦିନ ମଧ୍ୟରେ ପ୍ରାୟ ୮୦ କୋଟି ଟଙ୍କାର ମଦ ବିକ୍ରି ହୋଇଛି ।

ଧନୀ ଠାରୁ ଆରମ୍ଭ କରି ଗରିବ ପପର୍ଯ୍ୟନ୍ତ ସମସ୍ତେ ନିଜ ସାମର୍ଥ୍ୟ ଅନୁଯାଇ ମଦ କିଣିଛନ୍ତି । ଲକ୍‌ଡାଉନ୍ ପୂର୍ବରୁ ଏଭଳି ସ୍ଥିତିର ଆଶଙ୍କା କରାଯାଇ ଅଧିକ ଭିଡ ଯମୁଥିବା ମଦ ଦୋକାନ ଗୁଡିକରେ ପୋଲିସ୍ ମୁତୟନ କରାଯାଇଥିଲେ ବି ଲୋକଙ୍କ ମଦ କିଣା କୁ ରୋକା ଯାଇ ପାରିନି ।

ପୂର୍ବ ଥର ଲକ୍‌ଡାଉନ୍ ବେଳେ ମଦ ର ହୋମ୍ ଡେଲିଭରି ସେବା ଆରମ୍ଭ ହୋଇଥିଲା । ଯାହାକୁ ନେଇ ଏହି ଲକ୍‌ଡାଉନ୍ ରେ ମଧ୍ୟ ଲୋକଙ୍କୁ ମଦ ଯୋଗାଇଦେବା ପାଇଁ କିଛି ମଦ ଦୋକାନ ଗୁଡିକ ହୋମ୍ ଡେଲିଭରି ସେବା ଯୋଗାଇ ପାରନ୍ତି ବୋଲି ଜଣା ପଡିଛି ।

Leave a Reply

Your email address will not be published. Required fields are marked *