ଜେଲରେ ଆସାରାମ ବାପୁ କରୋନା ପଜିଟିଭ, ହସ୍‌ପିଟାଲରେ ଭର୍ତ୍ତି

ଜେଲରେ ଆସାରାମ ବାପୁ କରୋନା ପଜିଟିଭ, ହସ୍‌ପିଟାଲରେ ଭର୍ତ୍ତି

ରାଜସ୍ଥାନର ଯୋଧପୁର ସେଣ୍ଟ୍ରାଲ ଜେଲରେ ବନ୍ଦ ଆସାରାମ ବାପୁଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଛି । ସ୍ୱାସ୍ଥ୍ୟରେ ଅବନତି ହେବାରୁ ତାଙ୍କୁ ଏମଜିଏଚ୍ କୋଭିଡ ସେଣ୍ଟରକୁ ପଠାଯାଇଛି । ଆସାରାମ ବାପୁ କରୋନା ସଂକ୍ରମିତ ହୋଇଛନ୍ତି । ତିନି ଦିନ ପୂର୍ବରୁ ସେ କରୋନା ଲକ୍ଷଣ ଚିହ୍ନଟ ହୋଇଥିଲେ । ଏହା ପରେ ତାଙ୍କର ନମୁନା ପରୀକ୍ଷା ହୋଇଥିଲା ଏବଂ ବୁଧବାର ସନ୍ଧ୍ୟାରେ ତାଙ୍କର ନମୁନା ରିପୋର୍ଟ ପଜିଟିଭ ଆସିଥିଲା । 

କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଆସାରାମ ଶ୍ୱାସକ୍ରିୟାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହା ପୂର୍ବରୁ ଗତ ଫେବ୍ରୁଆରୀ ମାସରେ ସେ ଅସୁସ୍ଥ ହୋଇଥିବାରୁ ମହାତ୍ମା ଗାନ୍ଧୀ ହସ୍ପିଟାଲର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି ହୋଇଥିଲେ । 

ସୂଚନାଯୋଗ୍ୟ, ଆସାରାମ ନାବାଳିକାଙ୍କ ସହିତ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ସହିତ ନରବଳୀ, ହତ୍ୟା ଭଳି ଅନ୍ୟ ଅପରାଧିକ ମାମଲା ତାଙ୍କର ନାଁରେ ରହିଛି । ୨୦୧୩ରେ ଦୁଷ୍କର୍ମ ମାମଲାରେ ଫସିବା ପରେ ତାଙ୍କ ପାଇଁ ଖରାପ ଦିନ ଆରମ୍ଭ ହୋଇଯାଇଥିଲା । 

Leave a Reply

Your email address will not be published. Required fields are marked *