କରୋନା ସମୟରେ – ଜିଲ୍ଲାପାଳଙ୍କ ବ୍ୟବହାରରେ ଅସହ୍ୟ ହୋଇ ଇସ୍ତଫା ଦେଲେ ସ୍ୱାସ୍ଥ୍ୟ ଅଧିକାରୀ-

କରୋନା ସମୟରେ – ଜିଲ୍ଲାପାଳଙ୍କ ବ୍ୟବହାରରେ ଅସହ୍ୟ ହୋଇ ଇସ୍ତଫା ଦେଲେ ସ୍ୱାସ୍ଥ୍ୟ ଅଧିକାରୀ-

ମଧ୍ୟପ୍ରଦେଶରେ କରୋନା ସଂକଟ ସମୟରେ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଜଣେ ମହିଳା ଅଧିକାରୀ ଇସ୍ତଫା ଦେଇଛନ୍ତି । ଏହା ପୂର୍ବରୁ ଜିଲ୍ଲାପାଳ ସଂପୃକ୍ତ ମହିଳା ଅଧିକାରୀଙ୍କୁ ଚାକିରୀ ଛାଡ଼ିବାକୁ ପରାମର୍ଶ ଦେଇଥିଲେ । ମହିଳା ଅଧିକାରୀଙ୍କ ଦ୍ୱାରା ଦିଆଯାଇଥିବା ଇସ୍ତଫା ପତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । 

ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ. ପୂର୍ଣ୍ଣିମା ଗାଡ଼ରିଆଙ୍କ କହିବା ଅନୁସାରେ ଜିଲ୍ଲାପାଳଙ୍କ ଧମକ ଏବଂ ବ୍ୟବହାରରେ ସେ ଗଭୀର ଆଘାତ ପାଇଥିଲେ । ତେଣୁ ବାଧ୍ୟ ହୋଇ ଚାକିରୀରୁ ଇସ୍ତଫା ଦେଇଥିଲେ । ଡା. ଗାଡ଼ରିଆ ସ୍ୱାସ୍ଥ୍ୟ ଆୟୁକ୍ତ ସଂଚାଳନାଳୟଙ୍କୁ ପତ୍ର ଲେଖି କହିଛନ୍ତି ଯେ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପଦରୁ ମେ’ ୫ ତାରିଖ ଠାରୁ ଇସ୍ତଫା ଦେଉଛି । ମାନପୁର ମେଡିକାଲ ଅଧିକାରୀ ନିଜର ଇସ୍ତଫା ପତ୍ରରେ କହିଛନ୍ତି ଯେ, ଜିଲ୍ଲାପାଳଙ୍କ କହିବା ଅନୁସାରେ ମୁଁ କିଛି କାମ କରୁ ନାହିଁ । ଜିଲ୍ଲାପାଳ ନିଜର ଦୁର୍ବଳତାକୁ ଆମ ଉପରେ ଛାଡ଼ି ଦେଉଛନ୍ତି । କୌଣସି ତ୍ରୁଟି ଦେଖିଲେ ଇସ୍ତଫା ଦେବାକୁ କହୁଛନ୍ତି । ଏଥି ସହିତ ଚାକିରୀରୁ ନିଲମ୍ବିତ କରିବା ପାଇଁ ମଧ୍ୟ ଧମକ ଦିଅନ୍ତି । ଏଥି ପାଇଁ ବାଧ୍ୟ ହୋଇ ଚାକିରୀରୁ ଇସ୍ତଫା ଦେଉଛି । 

Leave a Reply

Your email address will not be published. Required fields are marked *