ନୂଆ ଗାଇଡଲାଇନ୍ ଦିଲ୍ଲୀରେ ଜାରି

ନୂଆ ଗାଇଡଲାଇନ୍ ଦିଲ୍ଲୀରେ ଜାରି

ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ କେଜ୍ରିୱାଲ ସରକାର ଏବେ ନିଷ୍ପତ୍ତି ନେଇଛନ୍ତି ଯେ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ଦିଲ୍ଲୀ ଆସିଲେ ୧୪ ଦିନିଆ ସଂଗରୋଧରେ ବାଧ୍ୟତାମୂଳକ ଭାବେ ରହିବାକୁ ହେବ । ଏଥି ପାଇଁ ସରକାର ସଂଗରୋଧ ସୁବିଧା ଚିହ୍ନଟ କରିଛନ୍ତି । 

ଯେଉଁମାନେ ଟିକାର ଉଭୟ ଡୋଜ ନେଇଛନ୍ତି, ସେମାନଙ୍କୁ ପ୍ରମାଣପତ୍ର ଦେଖାଇବାକୁ ହେବ । ଅଥବା ଯେଉଁ ଯାତ୍ରୀମାନଙ୍କର ପାଖରେ ୭୨ ଘଣ୍ଟା ମଧ୍ୟରେ ଆରଟିପିସିଆର ନେଗେଟିଭ ରିପୋର୍ଟ ଥିବ, ସେମାନଙ୍କୁ ୭ ଦିନ ହୋମ କ୍ୱାରେଣ୍ଟାଇନରେ ବାଧ୍ୟତାମୂଳକ ଭାବେ ରହିବାକୁ ପଡ଼ିବ । ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ଗୃହ ସଂଗରୋଧ ସୁବିଧା ନଥିବ, ସରକାର ତାହା ଉପଲବ୍ଧ କରାଇବେ । ଏଥି ପାଇଁ ଟଙ୍କା ଦେବାକୁ ପଡ଼ିବ । 

ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରୁ ଲୋକେ ବସ, ଟ୍ରେନ, କାର, ଟ୍ରକ ଓ ବିମାନରେ କୌଣସି କାମ ପାଇଁ ଦିଲ୍ଲୀ ଆସୁଛନ୍ତି । ତେଣୁ ଆପଣଙ୍କୁ ଦିଲ୍ଲୀ ସରକାରଙ୍କ ନିୟମ ମାନିବାକୁ ପଡ଼ିବ ବୋଲି କେଜ୍ରିୱାଲ କହିଛନ୍ତି । ଆନ୍ଧ୍ର ଓ ତେଲେଙ୍ଗାନାରେ କରୋନାର ନୂଆ ପ୍ରାରୂପ ଦେଖାଯିବା ପରେ ଦିଲ୍ଲୀ ସରକାର ନୂଆ ଆଦେଶ ଜାରି କରିଛନ୍ତି । 

Leave a Reply

Your email address will not be published. Required fields are marked *