ୱାର୍ଲଡ୍ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ଭାରତୀୟ ଦଳ ଘୋଷଣା ବାଦ୍ ପଡିଲେ ହାର୍ଦିକ ଏବଂ ପୃଥୀ ଶ

ୱାର୍ଲଡ୍ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ଭାରତୀୟ ଦଳ ଘୋଷଣା ବାଦ୍ ପଡିଲେ ହାର୍ଦିକ ଏବଂ ପୃଥୀ ଶ

ଇଂଲଣ୍ଡରେ ହେବାକୁ ଥିବା ୱାର୍ଲଡ୍ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହୋଇଛି । ତେବେ ଏଥିରୁ ଭାରତୀୟ ଷ୍ଟାର ଅଲ-ରାଉଣ୍ଡର ହାର୍ଦକ ପାଣ୍ଡ୍ୟ ବାଦ୍ ପଡିଛନ୍ତି, ଏହା ସହ ସେ ଇଂଲଣ୍ଡ ବିରୁଦ୍ଧରେ ହେବାକୁ ଥିବା ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରୁ ମଧ୍ୟ ସେ ବାଦ ପଡିଛନ୍ତି । ପୁର୍ବରୁ ହାର୍ଦିକଙ୍କୁ ଇଂଲଣ୍ଡରେ ହୋବକୁ ଥିବା ଟେଷ୍ଟ ମ୍ୟଚ୍ ରେ ଖେଳାଇବା ଲାଗି ତାଙ୍କ ଉପରେ ଅଧିକ ପ୍ରେସର ନଦେଇ ତାଙ୍କୁ ବୋଲିଂରୁ ଦୁରେଇ ରଖାଯାଉଥିଲା । ତେବେ ଚଳିତ ଆଇପିଏଲରେ ହାର୍ଦିକ ତାଙ୍କର କାନ୍ଧରେ ଏକ ଆଘାତ ପାଇବାରୁ ଆଇପିଏଲରେ ବୋଲିଂ କରି ନଥିଲେ । ସେହିପରି ଅଷ୍ଟ୍ରେଲିଆ ଗସ୍ତରେ ପ୍ରଥମ ମ୍ୟାଚ୍ ପରେ ଦଳରୁ ବାଦ ପଡିଥିବା ପୃଥି ଶ ଘରୋଇ ଟୁଣ୍ଣମେଣ୍ଟରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ମଧ୍ୟ ତାଙ୍କୁ ଦଳରେ ସ୍ଥାନ ମିଳି ନାହିଁ ।

ଭାରତୀୟ ଦଳ- ରୋହିତ ଶର୍ମା, ଶୁଭମାନ ଗିଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି (କ୍ୟାପଟେନ), ଅଜିଙ୍କ୍ୟ ରାହାନେ (ଉପ-ଅଧିନାୟକ), ହନୁମା ବିହାରୀ, ରିଷଭ ପନ୍ତ (ୱିକେଟ୍ କିପର), ଆର ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, ୱାଶିଂଟନ୍ ସୁନ୍ଦର, ଜସପ୍ରୀତ ବୁମରା, ଇଶାନ୍ତ ଶର୍ମା, ମୋହଦ୍। ଶାମି, ଏମ୍ ସିରାଜ, ଶାର୍ଦ୍ଦୁଲ ଠାକୁର, ଉମେଶ ଯାଦବ, କେ.ଏଲ୍ ରାହୁଲ, ରିଦ୍ଧିମାନ ସାହା (ୱିକେଟ୍ କିପର)।

ଗତବର୍ଷ ଷେଷ୍ଟ୍ରଲିଆ ଗସ୍ତ ସମୟରେ ଅଲ-ରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ହାତର ଆଙ୍ଗୁଳି ଭାଙ୍ଗି ଜିବାରୁ ଦଳରୁ ବାଦ ପଡିଥିଲା ବେଳେ ଏବେ ସେ ଦଳକୁ ଫେରିଛନ୍ତି ଏବଂ ତାଙ୍କ ଅନୁପସ୍ତିତିରେ ତାଙ୍କର ବଦଳ ଖେଳାଳି ଭାବରେ ଇଂଲଣ୍ଡ ବିପକ୍ଷରେ ସାମିଲ ହୋଇଥିବା ଅକ୍ଷର ପଟେଲଙ୍କୁ ମଧ୍ୟ ତାଙ୍କର ପ୍ରଭାବି ପ୍ରଦର୍ଶନ ଲାଗି ଦଳରେ ସ୍ଥାନ ମିଳିଛି । ସେହିପରି ଇଂଲଣ୍ଡ ବିପକ୍ଷରେ ଘରୋଇ ମ୍ୟଚ୍‌ରୁ ବାଦ୍ ପଡିଥିବା ହନୁମାନ ବୀହାରି ମଧ୍ୟ ଦଳକୁ ଫେରିଛନ୍ତି । 

ସେହିପରି ଦଳରେ ତିନିଜଣ ଓପନର ବ୍ୟଟ୍ସମ୍ୟାନ୍ ସ୍ଥାନ ପାଇଥିବା ବେଳେ କେଏଲ ରାହୁଲ ଚତୁର୍ଥ ଓପନର ଭାବରେ ଷ୍ଟାଣ୍ଡବାଇ ରହିଛନ୍ତି । ଏହା ସହିତ ଦ୍ୱିତ୍ୱୀୟ ୱିକେଟ୍ କିପର ଭାବରେ ରିଦ୍ଧୀମାନ ଶାହାଙ୍କୁ ଦଳରେ ସ୍ଥାନ ମିଳିଛି ।

Leave a Reply

Your email address will not be published. Required fields are marked *