
ବଲିଉଡ ଷ୍ଟାର ଅଭିନେତ୍ରୀ କଙ୍ଗନା ରଣାୱତ କରୋନା ପଜିଟିଭ୍ ହୋଇଛନ୍ତି। ଏ ନେଇ ସେ ଇନଷ୍ଟାଗ୍ରାମ ଯୋଗେ ସୂଚନା ଦେଇଛନ୍ତି। ସେ କହିଛନ୍ତି ମୋ ଶରୀରରେ ଏହି ଜୀବାଣୁ ବାସ କରୁଥିବା ମୋର କୌଣସି ଧାରଣା ନଥିଲା।
ବର୍ତ୍ତମାନ ସେ ନିଜକୁ କ୍ଵାରେଣ୍ଟଇନ ବା ସଂଗରୋଧ କରିଛନ୍ତି। ଏହାସହ ସେ ସଂକ୍ରମଣକୁ ଏକ ସାଧରଣ ରୋଗ କହିଛନ୍ତି।
ସେ ନିଜର ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ଧ୍ୟାନ କରୁଥିବା ଦେଖାଯାଉଛି। ଫଟୋର କ୍ୟାପସନରେ କଙ୍ଗନା ରଣାୱତ ଲେଖିଛନ୍ତି, ‘ମୁଁ ଗତ କିଛି ଦିନ ହେବ ଆଖିରେ ସାମାନ୍ୟ ଜ୍ୱଳନ୍ତ ଅନୁଭବ କରି କ୍ଳାନ୍ତ ଓ ଦୁର୍ବଳ ଅନୁଭବ କରୁଥିଲି, ହିମାଚଳ ଯିବାକୁ ଚିନ୍ତା କରୁଥିଲି ତେଣୁ ଗତକାଲି ମୁଁ ପରୀକ୍ଷା କରିଲି ଏବଂ ପଜିଟିଭ ଆସିଲା।
ବର୍ତ୍ତମାନ ମୁଁ ସବୁ ପ୍ରକାର ଚେଷ୍ଟା କରୁଚି ସଂକ୍ରମଣକୁ ହରେଇବା ପାଇଁ। ସମସ୍ତେ ନିଜର ମାନସିକ ଦୃଢ଼ତା ଆଣିବା ନିହାତି ଆବଶ୍ୟକ।