ଏସସିବିରୁ କୋଭିଡ ଡ୍ୟୁଟି ପାଇଁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ବଲାଙ୍ଗୀର ଅଭିମୁଖେ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ ,

ଏସସିବିରୁ କୋଭିଡ ଡ୍ୟୁଟି ପାଇଁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ବଲାଙ୍ଗୀର ଅଭିମୁଖେ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ ,

କରୋନା ଡ୍ୟୁଟି ପାଇଁ କଟକ ବଡ ମେଡିକାଲରୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ବଲାଙ୍ଗୀର ଅଭିମୁଖେ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ନୟାଗଡରେ ଏକ ଗଛରେ ପିଟି ହୋଇଯାଇଛି ବସ୍ ।

ବିଳମ୍ବିତ ରାତିରେ ବସ୍‌ଟି ନୟାଗଡ଼ ଜିଲ୍ଲା ଅତିକ୍ରମ କରୁଥିବା ବେଳେ ବାଣିଗୋଛା ଥାନା ଦୁର୍ଗାପ୍ରସାଦଠାରେ ଏକ ଗଛରେ ପିଟି ହୋଇଛି । ଦୁର୍ଘଟଣାରେ ବସ୍‌ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ଡାକ୍ତରୀ ଛାତ୍ରଛାତ୍ରୀମାନେ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି ।

ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ଡାକ୍ତରୀ ଛାତ୍ରଛାତ୍ରୀ ସାମାନ୍ୟ ଆହତ ହୋଇଥିବାରୁ ତାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *