ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ବିନା ଭକ୍ତରେ ସେବାୟତଙ୍କୁ ନେଇ ନୀତିକାନ୍ତି ଅନୁଷ୍ଠିତ ହେବ,

ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ବିନା ଭକ୍ତରେ ସେବାୟତଙ୍କୁ ନେଇ ନୀତିକାନ୍ତି ଅନୁଷ୍ଠିତ ହେବ,

 ରାଜ୍ୟରେ କରୋନାକୁ ରୋକିବା ପାଇଁ ଜାରି ହୋଇଛି ଲକଡାଉନ । ସେପଟେ ଆସନ୍ତା ୧୫ ତାରିଖରେ ଆରମ୍ଭ ହେବାକୁ ଥିବା ପ୍ରଭୁ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାକୁ ନେଇ ଦ୍ୱନ୍ଦ ଲାଗିରହିଥିଲା ।

ତେବେ ଶୁକ୍ରବାର ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ବିନା ଭକ୍ତରେ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବା ନେଇ ନିର୍ଦ୍ଦେଶ ଦେଇଛନ୍ତି।

ଚନ୍ଦନ ଯାତ୍ରା ଆସନ୍ତା ୧୫ ତାରିଖ ଅକ୍ଷୟ ତୃତୀୟା ଦିନଠାରୁ ଆରମ୍ଭ ହେବ । ନିର୍ଦ୍ଧେଶ ଅନୁଯାୟୀ କେବଳ ୧୫ ଜଣ ସେବାୟତଙ୍କୁ ଏହି ଯାତ୍ରା ପରିଚାଳନା କରିବାକୁ ଅନୁମତି ଦିଆଯିବ ଏବଂ ସେବାୟତଙ୍କ ତାଲିକା ମନ୍ଦିର କର୍ତ୍ତୃପକ୍ଷଙ୍କ ଦ୍ୱାରା ବିଏମସିକୁ ଦିଆଯିବ, ଏବଂ ସେବାୟତଙ୍କର ୪୮ ଘଣ୍ଟା ଭିତରର ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି ।ଯାତ୍ରା ପାଇଁ ବ୍ୟବହାର ହେବାକୁ ଥିବା ଡଙ୍ଗାକୁ ସାନିଟାଇଜ ମଧ୍ୟ କରାଯିବ ।

ଏହା ଛଡା ପର୍ବ ସମୟରେ ସମସ୍ତ ସେବାୟତଙ୍କୁ ସର୍ବଦା ଉପଯୁକ୍ତ ଭାବରେ ମାସ୍କ ପିନ୍ଧିବାକୁ ପଡ଼ିବ ଏବଂ ସମସ୍ତ ସେବାୟତଙ୍କ ଦ୍ୱାରା ସାମାଜିକ ଦୂରତା ରକ୍ଷାକରିବାକୁ କୁହାଯାଇଛି । ସେବାୟତଙ୍କୁ ପାନ, ଗୁଟଖା ଖାଇବାକୁ ମଧ୍ୟ ବାରଣ କରିଛି ବିଏମସି ।

Leave a Reply

Your email address will not be published. Required fields are marked *