ଟିମ୍ ଇଣ୍ଡିଆର ଜୁଲାଇରେ ଶ୍ରୀଲଙ୍କା ଗସ୍ତ, ବିରାଟ କୋହଲି-ରୋହିତ ଶର୍ମା ଏହି ଗସ୍ତରେ ସାମିଲ ହେବେ ନାହିଁ

ଟିମ୍ ଇଣ୍ଡିଆର ଜୁଲାଇରେ ଶ୍ରୀଲଙ୍କା ଗସ୍ତ, ବିରାଟ କୋହଲି-ରୋହିତ ଶର୍ମା ଏହି ଗସ୍ତରେ ସାମିଲ ହେବେ ନାହିଁ

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ରବିବାର କହିଛନ୍ତି ଯେ, ଭାରତୀୟ କ୍ରିକେଟ ଟିମ ନିଜର ଶୀର୍ଷ ସ୍ତରରେ ଖେଳାଳିଙ୍କ ଅନୁପସ୍ଥିତିରେ ଆଗାମୀ ଜୁଲାଇରେ ସୀମତି ଓଭର କ୍ରିକେଟ ଶୃଙ୍ଖଳା ପାଇଁ ଶ୍ରୀଲଙ୍କା ଗସ୍ତ କରିବ । 

ଟିମ୍ ଇଣ୍ଡିଆର ନିୟମିତ ଅଧିନାୟକ ବିରାଟ କୋହଲି ଏବଂ ଉପ ଅଧିନାୟକ ରୋହିତ ଶର୍ମା ଭଳି ବରିଷ୍ଠ ଖେଳାଳି ଏହି ଗସ୍ତରେ ସାମିଲ ହେବେ ନାହିଁ । କାରଣ ସେହି ସମୟରେ ଏହି ୨ ଖେଳାଳି ଇଂଲଣ୍ଡ ବିପକ୍ଷ ୫ ମ୍ୟାଚର ଟେଷ୍ଟ ଶୃଙ୍ଖଳା ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ରହିବେ । ସୌରଭ ଗାଙ୍ଗୁଲି କହିଛନ୍ତି, ଆମେ ଆସନ୍ତା ଜୁଲାଇରେ ବରିଷ୍ଠ ପୁରୁଷ ଯିମ ଲାଗି ସୀମିତ ଓଭର ଶୃଙ୍ଖଳାର ଯୋଜନା କରିଛୁ । ଶ୍ରୀଲଙ୍କାରେ ଟି-୨୦ ଅନ୍ତର୍ଜାତୀୟ ଏବଂ ଦିନିକିଆ ମ୍ୟାଚ ଖେଳାଯିବ । 

ବିସିସିଆଇ ସଭାପତି ଗାଙ୍ଗୁଲି କହିଛନ୍ତି ଯେ, କ୍ରିକେଟ ବୋର୍ଡ ସୀମିତ ଓଭରର ନିୟମିତ ଖେଳାଳିଙ୍କୁ ଧ୍ୟାନରେ ରଖିଛି । ଶ୍ରୀଲଙ୍କା ଗସ୍ତରେ ଅତିକମରେ ୫ଟି ଟି-୨୦ ଅନ୍ତର୍ଜାତୀୟ ଏବଂ ୩ଟି ଦିନିକିଆ ମ୍ୟାଚ ଖେଳାଯାଇପାରେ । ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ ସେପ୍ଟେମ୍ବର ୧୪ରେ ଶେଷ ହେବ ଏବଂ ଆଇପିଏଲ-୨୦୨୧ର ଅବିଶଷ୍ଠାଂଶ ମ୍ୟାଚ ପାଇଁ ଯୋଜନା ପ୍ରସ୍ତୁତ ହେବ । ବିସିସିଆଇ ଚାହୁଁଛି ଯେ, ଶିଖର ଧୱନ, ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଯୁଜବେନ୍ଦ୍ର ଚହଲ ଭଳି ଖେଳାଳି ନିଜକୁ ପ୍ରସ୍ତୁତ କରନ୍ତୁ । 

Leave a Reply

Your email address will not be published. Required fields are marked *